କାଶ୍ମୀରର ହନ୍ଦୱାଡ଼ାରେ ଏନକାଉଣ୍ଟର୍, ୨ ଆତଙ୍କବାଦୀଙ୍କୁ ସଫା କଲା ଭାରତୀୟ ସେନା

ଜାମ୍ମୁ କାଶ୍ମୀରର ହନ୍ଦଓ୍ବାଡାଠାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି । ସୁରକ୍ଷାକର୍ମୀଙ୍କ ଅପରେସନରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବାବେଳେ ଗତକାଲିଠାରୁ ଏହି ଗୁଳିବିନିମୟ ଜାରି ଚାଲିଛି ବୋଲି ସୂଚନା ମିଳିଛି । ଏବେ ଗୁଳିବିନିମୟ ବନ୍ଦ ହୋଇଯାଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଅପରେସନ୍ ଜାରି ରହିଛି । ଏନକାଉଣ୍ଟର୍ ପୂର୍ବରୁ ଦୁଇ ବିଦେଶୀ ଆତଙ୍କବାଦୀ ଏଠାରେ ଥିବା ଏକ ଘରେ ଲୁଚି ରହିଥିଲେ । ସୂଚନା ପାଇବା ମାତ୍ରେ ସୁରକ୍ଷାକର୍ମୀ ଏହି ଆତଙ୍କବାଦୀ ଲୁଚି ରହିଥିବା ଘରକୁ ଉଡାଇ ଦେଇଥିଲେ । ବିସ୍ଫୋରଣ ଯୋଗୁଁ ପୁରା ଘରେ ନିଆଁ ଲାଗିଯାଇଥିଲା । ସୁରକ୍ଷାକର୍ମୀ ଏବେ ସେଠାରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।
ଏହା ବ୍ୟତୀତ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି । ଯାନବାହନ ଚଳାଚଳ ବନ୍ଦ୍ କରାଯାଇଛି । ତେବେ ଗତ କିଛି ଦିନ ମଧ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଏହା ବ୍ୟତୀତ ଏଲଓସିରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ ।

ରିପୋର୍ଟ – ପ୍ରିୟମ୍ବଦା

Leave a Reply

Your email address will not be published. Required fields are marked *