ସୁରତରୁ କେବଳ ଟ୍ରେନ୍ରେ ଫେରିବାକୁ ଅନୁମତି ଦେଲେ ରାଜ୍ୟ ସରକାର। କରୋନା ମୁକାବିଲା ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି।
ସୁରତରୁ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହେଉଛି ଓ ଦୀର୍ଘ ପଥରେ ଖାଇବା ପିଇବା ଅସୁବିଧା, ଦୁର୍ଘଟଣା ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି।
ସେହିପରି କରୋନା ମୁକାବିଲା ଲାଗି ଆଗକୁ ଦୈନିକ ୧୫ ହଜାର ସାମ୍ପଲ୍ ଟେଷ୍ଟ୍ ପାଇଁ ପଦକ୍ଷେପ ନିଆଯାଉଛି। ଗ୍ରୀନ୍ ଜୋନ୍ ରେ କୃଷି, ଶିଳ୍ପ, ଜୀବିକା, ପରିବହନ ସ୍ୱାଭାବିକ କରାଯିବ।
ଅନ୍ୟପଟେ ଶିଳ୍ପ ସଂସ୍ଥା ଗୁଡିକର ସମସ୍ୟାର ସମାଧାନ ପାଇଁ ଏକ ଆଦର୍ଶ ନୀତି ପ୍ରଣୟନ କରାଯିବ । ଚାଷୀ ଏବଂ ଏସଏଚଜିମାନଙ୍କ ଋଣ ସହାୟତା ବୃଦ୍ଧି କରାଯିବ । ଗଞ୍ଜାମ, କେନ୍ଦ୍ରାପଡା, ଭଦ୍ରକ, ବଲାଙ୍ଗିର, ଯାଜପୁର ଓ ବାଲେଶ୍ୱର ପରି ଜିଲ୍ଲାରୁ ଅଧିକ ଲୋକ ବାହାର ରାଜ୍ୟରେ କାମ କରୁଥିବାରୁ ତା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି |
ରିପୋର୍ଟ – ସଂଘମିତ୍ରା ପଣ୍ଡା