ବିଶାଖାପାଟଣାରୁ ଚାଲି ଚାଲି ଆସିଲେ ଦୁଇ ଯୁବକ

ମହାମାରୀ କରୋନା ଯୋଗୁ ବର୍ତ୍ତମାନ ସାରାଦେଶ ଲକଡାଉନ୍ ରେ, କରୋନା ହାତରୁ କାମ ଛଡାଇ ନେଲା ପରେ ସମସ୍ତେ ଫେରିଛନ୍ତି ନିଜ ଜନ୍ମମାଟି କୁ ସେହିପରି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ରେ, ବିଶାଖାପାଟଣାରୁ ଚାଲି ଚାଲି ଆସିଲେ କୋରାପୁଟର ୨ଜଣ ଯୁବକ | କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ପଞ୍ଚଡା ଗ୍ରାମର ୨ଯୁବକ ଚନ୍ଦନ ମୁଦୁଲି ଓ ଇଶ୍ବର ଜାନୀ ୧ ତାରିଖରୁ ବାହାରି ଆଜି ଅପରାହ୍ନରେ ପହଞ୍ଚିଥିଲେ କୋରାପୁଟରେ |

ସେମାନେ କୋରାପୁଟରେ ପହଞ୍ଚିବାପରେ ପ୍ରଶାସନ ତାଙ୍କୁ କ୍ବାରେଣ୍ଟାଇନ୍ ରେ ରଖିଛନ୍ତି |ସ୍ବାସ୍ଥ୍ୟ ପରୀକ୍ଷା କରିବାପରେ ଟାଉନହଲ୍ ରେ ସ୍ବତନ୍ତ୍ର କ୍ବାରେଣ୍ଟାଇନ୍ ରେ ରଖାଯାଇଛି ଏବଂ ସେମାନଙ୍କର ସବୁ ପ୍ରକାର ସୁବିଧା କରାଯାଇଛି |

ରିପୋର୍ଟ- ସୁନ୍ଦର କୁମାର ପାଣି, #କୋରାପୁଟ

Leave a Reply

Your email address will not be published. Required fields are marked *