ଜାତି ନାହିଁ ଜଗା’ର

ସେ ହଉଛନ୍ତି ପରଂବ୍ରହ୍ମ, ଭାବର ଠାକୁର ସିଏ, ଜଗା ଦେଖେନି ଜାତି, ଅଜାତି, ଧର୍ମ, ବର୍ଣ୍ଣ । ଭକ୍ତ ସାଲବେଗ ର ଠାକୁର ସିଏ, ଦାସିଆ ବାଉରୀ ର ଠାକୁର ସିଏ, ଭକ୍ତ ବତ୍ସଳ ସିଏ l ଯିଏ ଭକ୍ତିରେ ଡାକେ ସେ ତା କଥା ଶୁଣେ ଯିଏ ଯେତେ ବଡ ହେଉ, ସମସ୍ତେ ଜଗା ଆଗରେ ମୁଣ୍ଡ ନୁଆଁନ୍ତି । ସେ ଭକତ ଭାବରେ ବନ୍ଧା । ତା’ର ଅଗଣିତ ଭକ୍ତ । ତେବେ ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କ ମଧ୍ୟରୁ କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା ହେଉଛନ୍ତି ଜଣେ । ସେ ହେଉଛନ୍ତି ଶିଖ୍ ସଂପ୍ରଦାୟର ହେଲେ ସେ ଶ୍ରୀଜିଉଙ୍କୁ ନିଜର ଇଷ୍ଟଦେବ ବୋଲି ମନେ କରନ୍ତି ସବୁବେଳେ ଜଗନ୍ନାଥ ଙ୍କ ନାମ ରହେ ତାଙ୍କ ମୁହଁରେ । ତାଙ୍କର ଏକ କିଡନୀ ଅସ୍ତ୍ରୋପଚାର କରାଯାଇଥିଲା । ଯାହା ସଫଳ ହେବା ଏକ ବଡକଥା ଏବଂ ଭଗବାନ ଜଗନ୍ନାଥ ଙ୍କ ଆଶୀର୍ବାଦ ପାଇଁ ଆଜି ସେ ତାଙ୍କ ପ୍ରିୟ ସମର୍ଥକ ଙ୍କ ଗହଣରେ ରହି ଲୋକସେବା କରି ପାରୁଛନ୍ତି । ସେହିଦିନଠାରୁ ସେ ଜଗନ୍ନାଥଙ୍କୁ ନିଜର ସବୁକିଛି ବୋଲି ମାନି ନେଇଛନ୍ତି । ଏଥିପାଇଁ ସେ ପ୍ରତିବର୍ଷ ରଥଯାତ୍ରାରେ ଜଗନ୍ନାଥ ଙ୍କୁ କୃତଜ୍ଞତା ଜଣାଇବା ପାଇଁ ପହଂଚି ଯାଆନ୍ତି ପୁରୀ ବଡଦାଣ୍ଡ ରେ, ଜଗା ର ଟିକିଏ ମୁହଁ ଦେଖିବା ପାଇଁ ଠାକୁରଙ୍କୁ ଦର୍ଶନ କରନ୍ତି ଏବଂ ହଜି ଯାଆନ୍ତି ଜଗା ପ୍ରେମରେ ଏବଂ ବିଶ୍ୱଶାନ୍ତି ର ଭିକ୍ଷ୍ୟା ମାଗନ୍ତି ତା ସାମ୍ନାରେ, ହେଲେ ଚଳିତ ବର୍ଷ କରୋନା ପାଇଁ ସେ ଜଗନ୍ନାଥଙ୍କ ଦର୍ଶନରୁ ବଂଚିତ ହୋଇଥିଲେ |

ରିପୋର୍ଟ – ସୁବ୍ରତ ମାହାକୁର