କୋରାପୁଟ : ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ଏବଂ କୋଭିଡ ୧୯ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ମକ ଡ୍ରିଲ କାର୍ଯ୍ୟକ୍ରମ ସ୍ଥାନୀୟ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା । ଅଗ୍ନିଶମ , ଓ ବେସାମରିକ ପ୍ରତିରକ୍ଷା ବାହିନୀ ଯବାନମାନେ ବନ୍ୟା ଓ ବାତ୍ୟାରୁ ରକ୍ଷା ପାଇବାକୁ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ ।ଏହି ଅବସରରେ ସ୍ୱାସ୍ଥ୍ୟ ମହିଳା କର୍ମଚାରୀ ମାନେ କୋଭିଡ ୧୯ର ସଚେତନତା କରାଇଥିଲେ ।କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ଲଦାକ ଚୀନ ସୀମାନ୍ତ ଘାଟି ରେଶହୀଦ ହୋଇଥିବା ୨୦ଜଣ ଶହୀଦ ଯବାନଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଗଲା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । କୋରାପୁଟ ଜିଲ୍ଲା ବନ୍ୟା ପ୍ରବଣ ହୋଇ ନ ଥିବା ସତ୍ପେ ଆପଣମାନେ ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି ପ୍ରକାଶ କରିଥିଲେ ।କୋରାପୁଟ ଜିଲ୍ଲାରେ ବର୍ଷା ଦିନରେ ଅଧିକାଂଶ ସ୍ଥାନରେ ମାଟି ଅଥଡ଼ା ଖସିବାର ସମ୍ଭାବନ ଥିବାରୁ ଏଥିପ୍ରତି ଯତ୍ନବାନ ହୋଇ ରହିବାକୁ ପରାମର୍ଶ ଦେଇଥିଲେ । କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ,ଉପଜିଲ୍ଲାପାଳ ଲାଳିତ କୁମାର କହଁର ସମେତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏକେ ବେହେରା ଯୋଗଦେଇ ପରିଚାଳନା କରିଥିଲେ ।ଯବାନମାନେ ବନ୍ୟା ବାତ୍ୟା ଓ ରୁ ରକ୍ଷା ପାଇବାର ବିଭିନ୍ନ ପ୍ରକାର କୌଶଳ ପ୍ରଦର୍ଶନ କରିଥିଲେ , ବୈପାରିଗୁଡ଼ା ବ୍ଲକ , ବନ୍ଧୁଗାଁ ବ୍ଲକ , ଲଷ୍ମୀପୁର ବ୍ଲକ ସଦର ମହକୁମା ଠାରେ ମଧ୍ୟ କୌଶଲ ଦେଖାଇଲେ ଅଗ୍ନିଶମ ,ଓଡ୍ରାଫ ଟିମ ।
ରିପୋର୍ଟ – ସୁନ୍ଦର କୁମାର ପାଣି