କୋରାପୁଟ : ବାହାର ରାଜ୍ୟର ଲୋକ କୋରାପୁଟ ଜିଲ୍ଲାରେ ରହି କାମ କରୁଥିବା ଲୋକଙ୍କୁ ସେମାନଙ୍କ ଇଛାରେ ନିଜ ନିଜ ଘରକୁ ପଠାଯିବ । ଏ ନେଇ ଆଜି ଏକ ବୈଠକ ଡ଼ିଆରଡ଼ିଏ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏଥିରେ ଅଧ୍ୟକ୍ଷତା କରି ଜିଲାରେ ରହିଥିବା ବାହାର ରାଜ୍ୟର ଲୋକଙ୍କୁ ଚିହ୍ନଟ ସହ ସେଠି ମଧ୍ୟରୁ କେଉଁମାନେ ଘରକୁ ଯିବା ପାଇଁ ଇଚ୍ଛୁକ ସେମାନଙ୍କ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କୁ ସୁବିଧାରେ ଘରକୁ ପହଞ୍ଚାଇବା ପାଇଁ ଆଲୋଚନା ହୋଇଛି । ତେବେ ସେମାନେ ମାଗଣାରେ ନିଜ ଘରକୁ ଫେରିବେ ବୋଲି ଜିଲାପାଳ ସୂଚନା ଦେଇଛନ୍ତି । ଚଳିତ ମାସ ୨୫ତାରିଖ ସୁଦ୍ଧା ଚିହ୍ନଟ ପ୍ରକ୍ରିୟା ସାରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବାହାର ରାଜ୍ୟର ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚିବା ନେଇ ସୁପ୍ରିମ କୋର୍ଟ ଦେଇଥିବା ନିର୍ଦେଶନାମା ଅନୁଯାୟୀ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ବୈଠକରେ ଡ଼ିଆରଡିଏ ପିଡ଼ି ପ୍ରବୀର ନାୟକ, ଉପଜିଲାପାଳ ଲଳିତ କୁମାର କଅଁର, ଆର ଟି ଓ ପିକେ ଦାସ, କୋଟପାଡ଼ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକରଞ୍ଜନ ସାମନ୍ତରାୟ ଉପସ୍ଥିତ ଥିଲେ ।
ରିପୋର୍ଟ – ସୁନ୍ଦର କୁମାର ପାଣି