ଟିକସ ଖିଲାପକାରୀ ସାବଧାନ। ପ୍ରତି ଘରକୁ କରାଯିବ ଜିଓ ଟ୍ୟାଗିଂ।

ଟିକସ ଖିଲାପକାରୀ ସାବଧାନ। ଏଣିକି ଆଉ ଫାଙ୍କି ହେବନି ହୋଲଡିଂ ଟିକସ । ଟିକସ ଖିଲାପକାରୀଙ୍କୁ ଚିହ୍ନଟ କରିବ ଡିଜିଟାଲ ଡୋର। ଜିଓ ଟ୍ୟାଗିଙ୍ଗ ଓ କ୍ୟୁଆର କୋଡ଼ ଜରିଆରେ ପ୍ରସ୍ତୁତ ହେବ ଡାଟାବେସ । ଏ ନେଇ ଦୁଇଟି ଘରୋଇ କମ୍ପାନୀ ସହ ଚୁକ୍ତି ସ୍ବାକ୍ଷର କରିଛି ବିଏମସି। ଘର ଘର ବୁଲି ସର୍ଭେ କରିବ ଏହି ଘରୋଇ କମ୍ପାନୀ।
‘ସରକାରୀ ହେଉ କି ବେସରକାରୀ, ବ୍ୟାବସାୟିକ ପ୍ରତିଷ୍ଠାନ ହେଉ କି କୌଣସି ଅନୁଷ୍ଠାନ, ଏଣିକି ପ୍ରତି ଘରର ପ୍ରବେଶ ପଥରେ ଲାଗିବ ଡିଜିଟାଲ ଡୋର ନମ୍ବର ପ୍ଲେଟ୍‌। ସବୁ ଘର ପାଇଁ ଭିନ୍ନ ଭିନ୍ନ ଇଂରାଜୀ ଅକ୍ଷର ଓ ସଂଖ୍ୟା ଥିବା ଏକ ନମ୍ବର ଓ କ୍ୟୁଆର କୋଡ଼ ରହିବ। ଡିଜିଟାଲ ଡୋର ନମ୍ବର ପ୍ଲେଟ ଲଗାଯିବା ସହ ପ୍ରତି ଘରକୁ ଜିଓ ଟ୍ୟାଗିଂ କରାଯିବ। ଏଥି ପାଇଁ ୧୫ ଦିନ ଭିତରେ ରାଜଧାନୀର ସବୁ ଘରେ ସର୍ଭେ ହେବ। ପାଞ୍ଚ ମାସ ଭିତରେ ସବୁ ଘରେ ଡିଜିଟାଲ ନମ୍ବର ଲାଗିଯିବ ଏ ବିଷୟରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।