ହୁ ହୋଇ ବଢିଲା ତେଲର ଦର।୮୦ ଦିନ ପରେ ୬୦ପଇସାକୁ ବୃଦ୍ଧି ପାଇଲା।

ପୁଣି ବଢିଲା ପେଟ୍ରୋଲ ଡିଜେଲ ଦର।୮୦ଦିନ ପରେ ଅଏଲ ମାର୍କେଟିଂ ତେଲର ମୂଳ ଦରରେ ପରିବର୍ତ୍ତନ ହୋଇଛି। ବ୍ୟାରେଲ ପିଛା ଅଶୋଧିତ ତେଲର ଦାମ ୪୦ଡଲାର ବଢିବାରୁ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୬୦ପଇସା ଲେଖାଏଁ ବୃଦ୍ଧି ପାଇଛି।
ସୂଚନା ଅନୁସାରେ ଲକଡାଉନ ବେଳେ ଅଶୋଧିତ ତେଲର ଦାମ କମିଥିଲା ହେଲେ ସରକାର ଦରରେ କୌଣସି ପରିବର୍ତ୍ତନ କରିନଥିଲେ। ଶେଷଥର ପାଇଁଁ ମାର୍ଚ୍ଚ୧୬ରେ ତେଲ ଦରରେ ପରିବର୍ତ୍ତନ ହୋଇଥିଲା। ଏହାପରେ ରାଜ୍ୟ ସରକାର ରାଜସ୍ବ ବୃଦ୍ଧି କରିବାକୁ ଯାଇ ଭାଟ ଦର ବୃଦ୍ଧି କରିଥିଲେ। ଗତମାସ କେନ୍ଦ୍ର ସରକାର ଲିଟର ପିଛା ପେଟ୍ରୋଲରେ ୧୦ପଇସା ଭାଟ ଓ ଡିଜେଲରେ ୧୩ପଇସା ଭାଟ ବୃଦ୍ଧି କରିଥିଲେ।