କେରଳରେ ଏଣ୍ଟ୍ରି ମାରିସାରିଛି ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁଥିବା ନେଇ ସୂଚନା ଦେଇଛି IMD ।
ଅନ୍ଯପଟେ ଆରବ ସାଗରରେ ଘନୀଭୂତ ହେବାରେ ଲାଗିଛି ବାତ୍ଯା ‘ନିସର୍ଗ’ ।ଏହା ଆଜି ମଧ୍ୟ ରାତ୍ରି ସୁଦ୍ଧା ଅବପାତର ରୂପନେବ । ଆଜି ଝଡବାତ୍ଯା ଏବଂ ୩ ତାରିଖରେ ଭୀଷଣ ଝଡବାତ୍ଯାରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି ।ଏହା ଆରବସାଗରରେ କ୍ରମଶଃ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗଦେଇ ଘଣ୍ଟାକୁ ୧୩ କିଲୋମିଟର ବେଗରେ ଗତି କରୁଛି । ୩ ତାରିଖରେ ଉତ୍ତର ମହାରାଷ୍ଟ୍ର ଏବଂ ଦଖିଣ ଗୁଜୁରାଟ ଉପକୂଳର ମଧ୍ଯଭାଗ ରାଇଗଡ ହରିହରେଶ୍ବର ନିକଟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି । ଏହି ସମୟରେ ୧୦୫ ରୁ ୧୨୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।
ରିପୋର୍ଟ – ବବୁଲ କୁମାର ସାହୁ