ଦେଶରେ ବଢ଼ିପାରେ ଗ୍ରୀଷ୍ମ ପ୍ରବାହ : ୫ ଦିନିଆ ରେଡ଼ ଆଲର୍ଟ ଜାରି କଲେ IMD

ଉତ୍ତର ଭାରତରେ ରବିବାର ଅନେକ ରାଜ୍ୟର ତାପମାତ୍ରା ୪୫ ଡିଗ୍ରି ସେଲସିୟସ୍ ପାର କରିଛି। ଫଳରେ ଭାରତୀୟ ପାଣିପାଗ ବିଭାଗ( ଆଇଏମଡି) ରାଜଧାନୀ ଦିଲ୍ଲୀ ସମେତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ ଓ ରାଜସ୍ଥାନ ଲାଗି ଆଗାମୀ ୨ ଦିନ ନିମନ୍ତେ ରେଡ ଆଲର୍ଟ ଜାରି କରିଛନ୍ତି। ଆଇଏମଡିଙ୍କ ସତର୍କତା ଅନୁସାରେ ଆଗାମୀ ୨ ଦିନରେ ଦେଶର କେତେକ ଅଞ୍ଚଳର ତାପମାତ୍ରା ୪୭ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚିପାରେ। ଅନ୍ୟବର୍ଷମାନଙ୍କରେ ଚଳିତବର୍ଷ ତାପମାତ୍ରା ଏତେଟା ବଢିନାହିଁ। ମଧ୍ୟଭାରତରେ ବର୍ଷା ଯୋଗୁ ତାପମାତ୍ରା ଅନେକ ପରିମାଣରେ ନିୟନ୍ତ୍ରିତ ଥିଲା। ଏଥିରେ ତାପମାତ୍ରା ବୃଦ୍ଧିକୁ ସାମୁଦ୍ରିକ ବାତ୍ୟା ଅମ୍ଫାନ ଅନେକ ପରିମାଣରେ ନିୟନ୍ତ୍ରିତ କରିବା ଯୋଗୁ ମେ ମାସ ମଝି ସପ୍ତାହ ପରେ ବିଭିନ୍ନ ସ୍ଥାନରେ ଉତ୍ତାପ ବୃଦ୍ଧି ହେଉଛି।
ଉତ୍ତର-ପଶ୍ଚିମ ଶୁଷ୍କ ପବନ ସାଙ୍ଗକୁ ତାମିଲନାଡୁ ଓ ଛତିଶଗଡ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଏପରି ତାପମାତ୍ରା ବୃଦ୍ଧିର କାରଣ ବୋଲି ଆଇଏମଡି ବୈଜ୍ଞାନିକ ନରେସ କୁମାର କହିଛନ୍ତି। ଏଣୁ କେତେକ ସ୍ଥାନରୁ ଲୁ ଭିଷଣ ରୂପ ଧାରଣ କରିବା ଲାଗି ଉପଯୁକ୍ତ ପରିବେଶ ସୃଷ୍ଟି ହୋଇଥିବାରୁ ସତର୍କତା ଅବଲମ୍ବନ ନିମନ୍ତେ ଆଇଏମଡି ଲୋକଙ୍କୁ ପରାମର୍ଶ ଦେଇଛନ୍ତି। 

ରିପୋର୍ଟ – ପ୍ରିୟମ୍ବଦା