ରାଜ୍ୟରେ ନୂଆ ୮୦ ଆକ୍ରାନ୍ତ‌ ଚିହ୍ନଟ :-

ରାଜ୍ୟରେ ନୂଆ ୮୦ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ପାଇଛି।

ତେବେ ନୂଆ କରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ଆଜି ଚିହ୍ନଟ ୮୦ ପଜିଟିଭ୍ ମଧ୍ୟରୁ କେବଳ ଗଞ୍ଜାମର ସର୍ବାଧିକ ୧୯ ଜଣ ଅଛନ୍ତି ସେହିପରି  ଯାଜପୁରରୁ ୧୪, ବାଲେଶ୍ୱରରୁ ୩, ପୁରୀରୁ ୧୭, କଟକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୫, ନୟାଗଡ଼ରୁ ୫, ବଲାଙ୍ଗିରରୁ ୧, ମାଲକାନଗିରିରୁ ୫, କନ୍ଧମାଳରୁ ୨, ଝାରସୁଗୁଡ଼ାରୁ ୩, ଗଜପତିରୁ ୪, ନବରଙ୍ଗପୁରରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଏମାନଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ।  ୨ ହୋମ୍ କ୍ୱାରେଣ୍ଟିନ୍‌ରେ ଏବଂ ଅନ୍ୟ ୭ ଜଣ ସ୍ଥାନୀୟ ବାସିନ୍ଦା ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।
ମୋଟ୍ ୧୨୬୯ ଆକ୍ରାନ୍ତଙ୍କ ମଧ୍ୟରୁ ଆକ୍ଟିଭ କେସ୍ ୮୨୬ ଥିବାବେଳେ ସୁସ୍ଥ ହୋଇଛନ୍ତି ୪୩୬। ରାଜ୍ୟରେ  ୭ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ତେବେ ଆଜି ଘଟଣା ପରେ  କରୋନା ନବରଙ୍ଗପୁର, ଗଜପତି  ଜିଲ୍ଲାକୁ ଛୁଇଁଛି।

ରିପୋର୍ଟ – ସଂଘମିତ୍ରା ପଣ୍ଡା