ଆସନ୍ତା ୨୫ ତାରିଖରୁ ଝାରସୁଗୁଡା ବିମାନବନ୍ଦରରୁ ଆରମ୍ଭ ହେବ ବିମାନ ଚଳାଚଳ :-

ଆସନ୍ତା ମେ’ ୨୫ରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେବ | ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନକୁ ବିମାନ ଯାତ୍ରା ନେଇ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି। ଏଠାରୁ ବିମାନ ଉଡାଣ ପ୍ରସ୍ତୁତି ନେଇ ଜିଲ୍ଲାପାଳ, ଏସ୍‌ପି, ବିମାନବନ୍ଦରର ନିର୍ଦ୍ଦେଶକ, ଜିଲ୍ଲା ଚିକିତ୍ସାଧିକାରୀ ଓ ଅନ୍ୟ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ବସିଥିଲା।

ବିମାନ ଯାତ୍ରା ପାଇଁ ଏୟାରପୋର୍ଟ ଅଥରିଟି ଯାତ୍ରୀମାନଙ୍କ ଲାଗି ଜାରି କରିଥିବା SOP ଉପରେ ଗୁରୁତ୍ୱ ଦିଆଯାଇଛି। ଏହାକୁ ମାନୁ ନ ଥିବା ଯାତ୍ରୀଙ୍କୁ ଏୟାରପୋର୍ଟରେ ପ୍ରବେଶ ଅନୁମତି ମିଳିବ ନାହିଁ। 

ଆସନ୍ତା ମେ’ ୨୫ରୁ ଝାରସୁଗୁଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ Spicejet ପକ୍ଷରୁ ନୂଆଦିଲ୍ଲୀ, କୋଲକାତା, ହାଇଦ୍ରାବାଦ ଏବଂ Alliance Air ପକ୍ଷରୁ ଭୁବନେଶ୍ୱର ଓ କୋଲକାତାକୁ ବିମାନ ଚାଲିବ।
କରୋନା ମୁକାବିଲା ଲାଗି ଗତ ମାର୍ଚ୍ଚ ୨୫ରୁ ବିମାନ ସେବା ବନ୍ଦ ରହିଛି।

ରିପୋର୍ଟ – ସଂଘମିତ୍ରା ପଣ୍ଡା