କୋରାପୁଟ : ଆଜି ସୁନାବେଡା ବିନ୍ଦୁସ୍ତାନ ଏରଣଟିକ୍ସ କମ୍ପାନୀ (ହାଲ୍) ର ଠିକାଦାର କର୍ମଚାରୀ ସଂଘ ସେମାନଙ୍କର ଗୋଟିଏ ମାସର ମଜୁରୀ ନେଇ ଲକଡାଉନ୍ ସମୟରେ ପାଇଁ ନଥିବାରୁ ଅଭିଯୋଗ ନେଇ ଜିଲ୍ଲାପାଳ ଙ୍କ ଦ୍ବାରସ୍ତ ହୋଇଥିଲେ । ସେମାନେ ଅଭିଯୋଗ ପତ୍ର ରେ ଦର୍ଶାଇଛନ୍ତି ଯେ ଲକଡାଉନ୍ ସମୟ ଆରମ୍ଭ ୨୦ ,୪, ୨୦ ପର୍ଯ୍ୟନ୍ତ ଠିକାଦାର ମାନେ ଯାହାଙ୍କ ଅଧୀନରେ କାମ କରୁଛନ୍ତି ସେମାନେ ଲକଡାଉନ୍ ସମୟର ଏକ ମାସର ଦରମା ପ୍ରଦାନ କରି ନାହାନ୍ତି । ଏନେଇ ଠିକାଦାରମାନଙ୍କୁ ଅନୁରୋଧ କରାଯାଇଥିଲା ମଧ୍ୟ ସେମାନେ କର୍ଣପାତ କରୁ ନାହାନ୍ତି।
ଏହାକୁ ନେଇ ଆଜି ସକାଳ ସମୟରେ ସୁକେଇ ପ୍ରୋଜେକ୍ଟ ୩୦ ବିଭାଗ ଭିତରେ ଠିକା କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଧାରଣା ଦେଇଥିଲେ। ପରେ ହାଲ୍ ଶିଳ୍ପ ସମ୍ପର୍କ ବିଭାଗ ଅଧିକାରୀ ସୂର୍ଯ୍ୟକାନ୍ତ ନାୟକ ଆସି ବୁଝା ସୁଝା କରିଥିଲେ ପରେ ଧାରଣା ପ୍ରତ୍ୟାହାର କରି ଠିକା କର୍ମଚାରୀ କାର୍ଯ୍ୟ ରେ ଯୋଗ ଦେଇଥିଲେ। ପାରିଶ୍ରମିକ ପାଇବା ପାଇଁ ଜିଲ୍ଲାପାଳ ପ୍ରଶାସନ ର ସହଯୋଗ ଲୋଡିଛନ୍ତି। ଜିଲ୍ଲାପାଳଙ୍କୁ ଅନୁରୋଧ ପତ୍ର ପ୍ରଦାନ ସମୟରେ ସଭାପତି ଅର୍ଜୁନ ଖରା ,ସମ୍ପାଦକ ରତ୍ନାକର ସ୍ୱାଇଁ ,ଉପ ସଭାପତି ପ୍ରଶାନ୍ତ କୁମାର ଗରଡ଼ା ଉପସ୍ଥିତ ଥିଲେ।
ରିପୋର୍ଟ – ସୁନ୍ଦର କୁମାର ପାଣି #କୋରାପୁଟ