ବାତ୍ୟା “ଆମ୍ଫାନ”କୁ ଦୃଷ୍ଟିରେ ରଖି ୪ ଆଇଏଏସ୍ ଅଫିସରଙ୍କୁ ଦିଆଗଲା ୪ଟି ଜିଲ୍ଲାର ଦାୟିତ୍ୱ

ବାତ୍ୟା ଅମ୍ଫାନକୁ ନେଇ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବଙ୍ଗୋପ ସାଗରରେ ସୃଷ୍ଟ ହୋଇଥିବା ବାତ୍ୟା ‘ଅମ୍ଫାନ’ ପ୍ରଭାବ ଓଡ଼ିଶାର ୪ ଜିଲ୍ଲାରେ ପଡ଼ିବା ନେଇ ସୁଚନା ମିଳିବା ପରେ ପୂର୍ବ ଉପକୂଳ ରେ ଥିବା ବୃହତ ବନ୍ଦର ପାରାଦ୍ୱୀପ ମଧ୍ୟ ଏନେଇ ଚଳଚଞ୍ଚଳ ହୋଇ ଉଠିଛି । ଏନେଇ ୪ ଆଏଏଏସ୍‌ ଅଫିସରଙ୍କୁ ୪ଟି ଜିଲ୍ଲାର ଦାୟିତ୍ବ ଦିଆଯାଇଛି ଯଥା :- ବାଲେଶ୍ବର ଜିଲ୍ଲାର ଦାୟିତ୍ବ ଶ୍ରୀ ମଧୁସୂଦନ ପାଢ଼ୀ, ଭଦ୍ରକର ଶ୍ରୀ ସୁଶୀଲ କୁମାର ଲୋହାନୀ, କେନ୍ଦ୍ରାପଡାର ଶ୍ରୀ ହେମନ୍ତ ଶର୍ମା ଏବଂ ଜଗତସିଂହପୁର ଦାୟିତ୍ବ ଶ୍ରୀ ଶାଶ୍ବତ କୁମାର ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ପାରାଦ୍ୱୀପ, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସୋମବାର ସଂଧ୍ୟାରୁ ଏହାର ପ୍ରଭାବ ରାଜ୍ୟରେ ତଥା ଓଡ଼ିଶା ଉପକୂଳରେ ଅନୁଭୂତ ହେବ । ଏନେଇ ବନ୍ଦର ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ବନ୍ଦର ସହରାଞ୍ଚଳ ରେ ଜିଲ୍ଲା ପ୍ରଶାସନ ସହ ମିଳିତ ଆଲୋଚନା ପରେ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି।
ବିଶେଷ କରି ବନ୍ଦର ପୋତାଶ୍ରୟ ମଧ୍ୟ ରେ ଥିବା ଜାହାଜ କିପରି ସୁରକ୍ଷିତ ରହିବ ଓ ପୋତାଶ୍ରୟ ପ୍ରବେଶ ପଥ ବ୍ରେକ୍ ୱାଟର ନିକଟରେ କିପରି ବାତ୍ୟା ପୂର୍ବ ଓ ପରର ସ୍ଥିତି କିପରି ସୁରକ୍ଷିତ ରହିବ ସେନେଇ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। ବର୍ତମାନ ସୁଦ୍ଧା ବନ୍ଦର ପୋତାଶ୍ରୟ ରୁ ୨୪ଟି ଜାହାଜ କୁ ଆଙ୍କରେଜ ଏରିଆକୁ ସ୍ଥାନାନ୍ତର କରାଯାଇଛି। ବନ୍ଦର ପୋତାଶ୍ରୟ ମଧ୍ୟ ରେ ବର୍ତ୍ତମାନ ସୁଦ୍ଧା ଆଉ ୪ଟି ଜାହାଜ ପଣ୍ୟ ବୋଝେଇ ଓ ଖଲାସ କାର୍ଯ୍ୟ ରେ ନିୟୋଜିତ ଅଛନ୍ତି ତାହା ମଧ୍ୟ ଆଜି ସନ୍ଧ୍ୟା ସୁଦ୍ଧା ଆଙ୍କରେଜ ଏରିଆକୁ ପଠାଇ ଦିଆଯିବ ଏବଂ ଆଜି ସନ୍ଧ୍ୟା ଠାରୁ ବନ୍ଦର ପୋତାଶ୍ରୟ ମଧ୍ୟ କୁ ଆଉ କୌଣସି ଜାହାଜ ପୁରାଇ ଦିଆଯିବ ନାହିଁ ବୋଲି ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ କହିଛନ୍ତି।

ରିପୋର୍ଟ – ପ୍ରିୟମ୍ବଦା