“ଚଳିତ ବର୍ଷ ଶେଷ ସୁଦ୍ଧା ଆମେରିକା କରୋନା ଟିକା ବାହାର କରିବାରେ ଫଳପ୍ରଦ ହେବ” – ଡୋନାଲ୍ଡ ଟ୍ରମ୍ପ

ଚଳିତ ବର୍ଷ ଶେଷ ସୁଦ୍ଧା ଆମେରିକା ମହାମାରୀ କରୋନା ଟିକା ବାହାର କରିବାରେ ସମ୍ପୂର୍ଣ୍ଣ ସକ୍ଷମ ଏବଂ ଫଳପ୍ରଦ ହେବ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୃଢ ଆଶା ରଖିଛନ୍ତି। ଏହି ଟିକା ବାହାର କରିବା ପାଇଁ ଆବଶ୍ୟକ ସମସ୍ତ ପରୀକ୍ଷା ନିରୀକ୍ଷା କୁ ଅଧିକ ମାତ୍ରାରେ ସକ୍ରିୟ କରିଛନ୍ତି। ଏହି ମିଶନ କୁ ସମ୍ପୂର୍ଣ୍ଣ ଭାବେ ସଫଳ କରିବା ପାଇଁ ଟ୍ରମ୍ପ୍ ଜଣେ ଭେଷଜ ବିଶେଷଜ୍ଞ ଙ୍କୁ ନିଯୁକ୍ତ କରିଛନ୍ତି ବୋଲି ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଗତ ଗୁରୁବାର ୟୁରୋପୀୟ ଔଷଧ କମ୍ପାନୀ ମାନେ ଅନୁମାନ କରି କହିଥିଲେ କି ଯଦି ସମସ୍ତ ପ୍ରକାର ପରୀକ୍ଷଣ ସଠିକ୍ ରୂପେ ଚାଲେ ତାହେଲେ କରୋନା ଟିକା ପ୍ରସ୍ତୁତ କରିବା ଲାଗି ବର୍ଷେ ଲାଗିଯାଇ ପାରେ। ତେବେ ଏପରି ପରିସ୍ଥିତି ରେ ଆମେରିକା ଏହାର ‘ଅପରେସନ ୱାର୍ପ ସ୍ପିଡ୍’ ନାମକ ଟିକା ଅନ୍ୱେଷଣ କାର୍ଯ୍ୟକ୍ରମ କୁ ତ୍ଵରାନିତ କରିବା ଲାଗି ଟ୍ରମ୍ପ୍ ପ୍ରଶାସନ ଆମେରିକୀୟ ଔଷଧ କମ୍ପାନୀ ‘ଜିଏସକେ ଭ୍ୟାସ୍କିନ୍’ ର ପ୍ରାକ୍ତନ ମୁଖ୍ୟ ମନସେଟ୍ ସ୍କାଉଟି ଏବଂ ସେନାଧିକାରୀ ଗୁସ୍ତେବ ପର୍ଣା ଙ୍କୁ ନିଯୁକ୍ତି କରିବା ସହ ଏଥି ପାଇଁ ୧୦୦ କୋଟି ଡ଼ଲାର ମଞ୍ଜୁର କରିଛନ୍ତି। ଆମେରିକାର ଏଭଳି ଉଦ୍ୟମକୁ ରାଷ୍ଟ୍ରପତି ଟ୍ରମ୍ପ୍ ଦ୍ଵିତୀୟ ଯୁଦ୍ଧ ବେଳର ଆଣବିକ ଅସ୍ତ୍ର ବିକାଶ କରାଇଥିବା ମ୍ୟାନଟଟନ୍ ପ୍ରକଳ୍ପ ସହ ତୁଳନା କରିଛନ୍ତି।

ରିପୋର୍ଟ – ସଂଘମିତ୍ରା ପଣ୍ଡା