ବାତ୍ୟା ପାଇଁ ପ୍ରସ୍ତୁତି ଚଳାଇଛି ଏନ୍ଡିଆର୍ଫ୍ ଟିମ୍। ବାତ୍ୟାର ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ଲାଗି ଭଦ୍ରକ ଜିଲ୍ଲାରେ ପହଞ୍ଚିଛନ୍ତି ୧୨ ଜଣିଆ ଏନ୍ଡିଆର୍ଏଫ୍ ଟିମ୍। ଏହି ଟିମ୍ ଜିଲ୍ଲାରେ ପହଞ୍ଚିବା ପରେ ସେମାନଙ୍କୁ ଧାମରା ପଠାଇ ଦିଆଯାଇଛି।
ସେପଟେ ବାତ୍ୟା ମୁକାବିଲା ପାଇଁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କ ଛୁଟି ବାତିଲ୍ କରିଦିଆଯାଇଛି।
ଅଗ୍ନିଶମ ଅଧିକାରୀ, ଏନଡିଆର୍ଫ୍ ଏବଂ ଓଡ୍ରାଫ୍ ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରିବେ ବୋଲି ଜିଲ୍ଲାପାଳ ରଞ୍ଜନ ଦାସ କହିଛନ୍ତି। ସେହିପରି ପାରାଦୀପରେ ୨୧ ଜଣିଆ ଏନ୍ଡିଆରଏଫ୍ ଟିମ୍ ପହଞ୍ଚିଛି। ସେମାନଙ୍କୁ ପୋର୍ଟ ହାଇସ୍କୁଲରେ ରଖାଯାଇଛି।
ଏପଟେ ବାତ୍ୟା ଆମ୍ପାନ୍ ପାଇଁ ସତର୍କ ହୋଇଛି ବାଲେଶ୍ୱର ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ବିଭିନ୍ନ ସ୍ଥାନରେ ୨ଟି ଏନ୍ ଡିଆର୍ ଏଫ୍ ଟିମ୍ ୩ଟି ଓଡିଆର୍ଏଫ୍ ଓ ୧୫ଟି ଦମକଳ ବାହିନୀ ମୁତୟନ କରାଯିବ। ଆବଶ୍ୟକସ୍ଥଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି |
ରିପୋର୍ଟ – ସଂଘମିତ୍ରା ପଣ୍ଡା