ହାର୍ ମାନିଲା ପାକିସ୍ତାନ୍ , କରୋନା ଭାଇରସ୍ ବିପକ୍ଷରେ ଲଢ଼ିବାକୁ ଆଉ ନାହିଁ ଅର୍ଥ – ଇମ୍ରାନଙ୍କ ସ୍ବୀକାରୋକ୍ତି

ସାରା ବିଶ୍ୱ କରୋନା ସହ ଲଢୁଛି । ଏଭଳି ପରିସ୍ଥିତିରେ ପୂର୍ବରୁ ହିଁ ପାକିସ୍ତାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଧ୍ୟ ସ୍ବୀକାର କରିଛନ୍ତି ଯେ, କରୋନା ଭାଇରସ୍ କୁ ରୋକିବା ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍ ଡାଉନ୍ ଯୋଗୁଁ ପ୍ରାୟ ୧୫୦ ନିୟୁତ ପାକିସ୍ତାନୀ ପ୍ରଭାବିତ ହୋଇଛନ୍ତି । ଫଳରେ ସେ ଦେଶରେ ପୁଣି ଥରେ ଲକ୍ ଡାଉନ୍ କରିପାରିବେନାହିଁ। ଇମ୍ରାନ ଖାନ କହିଛନ୍ତି ଯେ, ଆମେରିକା, ୟୁରୋପ ଏବଂ ଚୀନ୍ ଭଳି ଲକ୍ ଡାଉନ୍ କରିବାକୁ ପାକିସ୍ତାନ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ। ଲକ୍ ଡାଉନ୍ ଦେଶର ବହୁ ଆର୍ଥିକ କ୍ଷତି ଘଟାଇ ସାରିଛି। ଏଥିଯୋଗୁଁ ଦେଶରେ ପ୍ରାୟ ୨.୫ କୋଟି ଲୋକ ଅଛନ୍ତି ଯେଉଁମାନେ ମଜୁରୀ ଲାଗି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ତେବେ ସେମାନେ ଏହି ସମୟରେ ଏକ ବଡ ସଙ୍କଟରେ ଅଛନ୍ତି। କେବଳ ଏତିକି ନୁହେଁ, ଦେଶରେ ଲକ୍ ଡାଉନ୍ ଯୋଗୁଁ ପ୍ରାୟ ୧୫୦ ନିୟୁତ ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ପ୍ରଭାବିତ କରିଛି।
ପାକିସ୍ତାନର ସମୁଦାୟ ଜନସଂଖ୍ୟା ୨୨ କୋଟି ଏବଂ ସେଠାରେ କରୋନା ଯୋଗୁଁ ୧୫୦ ନିୟୁତ ଲୋକଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯାଇଛି । ଦେଶରେ ସାଧାରଣ ପରିବହନ ପୁଣି ଥରେ ଚାଲୁ କରିବାକୁ ଘୋଷଣା କରି ଇମ୍ରାନ କହିଛନ୍ତି ଯେ, ଏହା ଗରିବ ଲୋକଙ୍କ ଉପରେ ବେଶୀ ପ୍ରଭାବ ପକାଇଛି । ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଏହି ଭାଇରସ୍ ବିରୋଧୀ ଟୀକା ବିକଶିତ ହୋଇନାହିଁ ସେପର୍ଯ୍ୟନ୍ତ ଆମକୁ ଏହା ସହ ବଞ୍ଚିବାକୁ ପଡିବ । ଇମ୍ରାନ ଖାନ କହିଛନ୍ତି, ‘ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ଏବଂ ଆମେ ଏଥିପାଇଁ ପ୍ରସ୍ତୁତ। ସରକାର ସ୍ବାସ୍ଥ୍ୟ ସୁବିଧା ବୃଦ୍ଧି କରିବା ପାଇଁ କାମ କରୁଛନ୍ତି। ଏହି ସଙ୍କଟ ସମୟରେ ଆମେ ଅନ୍ୟ ଦେଶ ତୁଳନାରେ ଭଲ ପ୍ରଦର୍ଶନ କରୁଛୁ।’ ବିମାନ ଚଳାଚଳ ମନ୍ତ୍ରୀ ଗୁଲାମ ସରଓ୍ବର ଖାନ୍ କହିଛନ୍ତି ଯେ, ଆସନ୍ତା ଘରୋଇ ବିମାନ ଚଳାଚଳ ମେ ୧୬ ତାରିଖରୁ କରାଯିବ। ପ୍ରାରମ୍ଭିକ ଭାବେ ୨୦ ପ୍ରତିଶତ ବିମାନ ଉଡାଣ ସାମାଜିକ ଦୂରତା ନିୟମ ଅନୁଯାୟୀ ୫୦ ପ୍ରତିଶତ କ୍ଷମତା ସହିତ ପରିଚାଳନା କରିବାକୁ ମଞ୍ଜୁର ଦିଆଯିବ ।

ରିପୋର୍ଟ – ପ୍ରିୟମ୍ବଦା