ବୁଡି ଅଞ୍ଚଳ ଲୋକ ସଙ୍ଗଠନ ତରଫରୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ

କୋରାପୁଟ: ବର୍ତ୍ତମାନ ସାରାଦେଶ ମହାମାରୀ କରୋନା କୁ ନେଇ ଆତଙ୍କିତ ହୋଇ ରହିଛି । କାୟା ବିସ୍ତାର କରୁଛି ମହାମାରୀ କରୋନା, ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି ।

ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଗାଇଡ଼୍ ଲାଇନ୍ ମଧ୍ୟ ଜାରି କରାଯାଇଛି । ମୁହଁ ରେ ମାସ୍କ ପିନ୍ଧିବା , ବାରମ୍ବାର ହାତ ଧୋଇବା , ସାମାଜିକ ସୁରକ୍ଷା ବଜାଇ ରଖିବା ,ଅନ୍ୟ ରାଜ୍ୟ ରୁ ଆସିଲେ ସଙ୍ଗରୋଧ କେନ୍ଦ୍ରରେ ରେ ରହିବା ଏହିପରି ନିୟମ ସବୁ ମାନିବା କୁ ସରକାର କହିଛନ୍ତି । କିନ୍ତୁ ଉପାନ୍ତ ତଥା ପଛୁଆ ଅଞ୍ଚଳ ର ଲୋକମାନେ କୋରନା ବିଷୟରେ ଏବେ ମଧ୍ୟ ସଚେତନ ହୋଇନଥିବାର ଦେଖିବାକୁ ମିଳିଛି ।
ଆଜି ଏହି ଉପାନ୍ତ ଅଞ୍ଚଳ ରେ କୋରନା ଉପରେ ସଚେତନତା ବାର୍ତ୍ତା ନେଇ ପହଞ୍ଚିଛନ୍ତି ସ୍ଥାନୀୟ ବୁଡି ଅଞ୍ଚଳ ଲୋକ ସଂଘଠନ |
ବୁଡି ଅଞ୍ଚଳ ଲୋକ ସଙ୍ଗଠନ ର ମୁଖ୍ୟ ପରିଚାଳକ ତଥା ଯୁବ ସମାଜସେବୀ ଶ୍ରୀ ଆକାଶ କୁମାର ନାୟକଙ୍କ ଉଦ୍ୟମରେ ଏହି ସଦସ୍ୟ ମାନେ ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାନ୍ତବର୍ତ୍ତି ଅଞ୍ଚଳ ଯଥା ବୁଡି ଅଞ୍ଚଳ ଗ୍ରାମ ପଞ୍ଚାୟତ ପାନୁଲଙ୍ଗ , ପାଙ୍ଗିପୁଟ , ପୂଜାରିପୁଟ , ଅଣ୍ଡରଗୁଡା , ବୁସିପୁଟ , ଜୟନ୍ତଗିରୀ , ଆଦି ୧୨ ଖଣ୍ଡ ଗ୍ରାମରେ ନିରୀହ ଓ ଅସହାୟ ଲୋକ ମାନଙ୍କୁ ୫୦୦ ମାସ୍କ ବଣ୍ଟନ କରିବା ସହ ୧୦୦୦ ଲୋକଙ୍କ ପାଇଁ ରନ୍ଧା ଖାଦ୍ଯ ର ବ୍ୟବସ୍ଥା କରାଯାଇ ତିନି ଚକିଆ ଯାନରେ ଗ୍ରାମ କୁ ଗ୍ରାମ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ଏତତ୍ ବ୍ୟତୀତ କୁବୁଜା ବ୍ରାମହଣ ମାନଙ୍କୁ ଚାଉଳ,ଡାଲି,ତେଲ ଓ କିଛ ପରିବା ସାମଗ୍ରୀ ବଣ୍ଟନ କରାଯାଇଥିଲା ।

ଏହି କାର୍ଯ୍ୟ ରେ ବୁଡି ଅଞ୍ଚଳ ଲୋକ ସଂଗଠନ ର ସଭାପତି ଶ୍ରୀ ସୋମନାଥ ଖିଲ , କୋଷାଧ୍ୟକ୍ଷ ଲଳିତ ଗାଁଗୁଲ , ପଞ୍ଚାୟତ ସଭାପତି ପଦଲାମ ଗାଙ୍ଗମ ପ୍ରମୁଖ ସହଯୋଗ କରିଥିଲେ । ବୁଡି ଅଞ୍ଚଳ ଲୋକ ସଂଗଠନ ର ଏହି ପରି ମହତ୍ତ୍ୱ କାର୍ଯ୍ୟ କୁ ଗ୍ରାମବାସୀ ମାନେ ପ୍ରଶଂସା କରିଥିଲେ ।

ରିପୋର୍ଟ- ସୁନ୍ଦର କୁମାର ପାଣି #କୋରାପୁଟ