କୋରାପୁଟ : କରୋନା ମୁକାବିଲା ଲାଗି କୋରାପୁଟ ବିଧାୟକ ରଘୁରାମ ପଡାଲ କୋଭିଡ୍-୧୯ ପରିଚାଳନା ନିମନ୍ତେ ୫୦ଲକ୍ଷ ଟଙ୍କା ବିଧାୟକ ପାଣ୍ଠି ରୁ ପ୍ରଦାନ କରିଛନ୍ତି।
କରୋନା ମୁକାବିଲା ପାଇଁ ଜିଲ୍ଲାର ଏହାପରେ କରୋନା ପ୍ରତିକାର ଓ ସଚେତନତା ପାଇଁ ସେ ନିଜ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ଚେକ୍ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଙ୍କୁ ପ୍ରଦାନ କରିଥିବା ବିଧାୟକ ସୂଚନା ଦେଇଛନ୍ତି।
ସେ ସଚେତନତା ବାର୍ତ୍ତା ଦେଇ କରୋନା ଭୂତାଣୁ ସଂକ୍ରମଣଠାରୁ ଦୂରେଇ ରହିବା ସହ ଦେଶର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜାରି ହୋଇଥିବା ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଅନୁସରଣ କରି ନିଜେ ତଥା ନିଜ ପରିବାକୁ ସୁସ୍ଥ ରହିବା ପାଇଁ କୋରାପୁଟ ନିର୍ବାଚନ ମଣ୍ଡଳୀ ସମେତ କୋରାପୁଟ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ବିନମ୍ର ନିବେଦନ କରିଛନ୍ତି।
ରିପୋର୍ଟ- ସୁନ୍ଦର କୁମାର ପାଣି #କୋରାପୁଟ