ଜିଓ ୟୁଜରଙ୍କ ପାଇଁ ଖୁସି ଖବର , ଜିଓ ଫୋନରେ ବି ଇନଷ୍ଟଲ କରିହେବ ଆରୋଗ୍ୟ ସେତୁ ଆପ୍

ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଜିଓ ଫୋନ ପାଇଁ ସରକାରଙ୍କ ଆରୋଗ୍ୟ ସେତୁ ଆପ୍ ଲଞ୍ଚ୍ କରିଛି । ଏବେ ସରକାରଙ୍କ ଏହି ବ୍ଲୁଟୁଥ୍ କନେକ୍ଟ ଟ୍ରାକିଂ ଆପକୁ ୫୦ ଲକ୍ଷ ଜିଓଫୋନର ୟୁଜର ବ୍ୟବହାର କରିପାରିବେ । ଭାରତ ସରକାର କୋଭିଡ-୧୯ ଟ୍ରାକିଂ ଆପ୍ ଆରୋଗ୍ୟ ସେତୁକୁ ଜିଓ ଫୋନରେ ଇନଷ୍ଟଲ୍ ପାଇଁ ଯୋଜନା କରୁଥିବା ରାଏଟର୍ସର ରିପୋର୍ଟରେ ପ୍ରକାଶ ପାଇଥିଲା । ଆରୋଗ୍ୟ ସେତୁ ଆପର ଏହି ଭର୍ସନକୁ ଜିଓ ଫୋନରେ ଲଞ୍ଚ କରି ସମସ୍ତ ଲୋକଙ୍କ ପାଖରେ ପହଁଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଫଳରେ ସଂକ୍ରମଣ ମଧ୍ୟ ହ୍ରାସ ପାଇବ । ତେବେ ଆଣ୍ଡ୍ରୋଏଡ୍ ଓ ଆଇଓସର ପ୍ରାୟ ୧୦ କୋଟି ୟୁଜର ଏହି ଆପକୁ ଡାଉନଲୋଡ୍ କରିସାରିଛନ୍ତି । ଏପ୍ରିଲ ୨ରେ ଲଞ୍ଚ୍ ହୋଇଥିବା ଏହି ଆପକୁ କେବଳ ୧୩ ଦିନ ମଧ୍ୟରେ ୫ ଲକ୍ଷ ୟୁଜର ଡାଉନଲୋଡ୍ କରିସାରିଥିଲେ । ଏହି ଆପ୍ ୟୁଜରଙ୍କୁ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ନା ନାହିଁ ସେନେଇ ତଥ୍ୟ ଦେଇଥାଏ ଏହି ଆପ୍ ୟୁଜରଙ୍କୁ ସଚେତନ କରିବା ସହ ୬ ଫୁଟ୍ ଦୂରରେ କେହି ସଂକ୍ରମିତ ଥିଲେ ସୂଚନା ଦେଇଥାଏ ।

ଭାରତ ଏହି ଆପକୁ ଲଞ୍ଚ କରି ବଡ ବଡ ଟେକ୍ କମ୍ପାନୀକୁ ମଧ୍ୟ ପଛରେ ପକାଇ ଦେଇଛି। ବିଶେଷଜ୍ଞ ଓ ବହୁତ ଏଜେନ୍ସି ଭାଇରସ୍ ପ୍ରକୋପକୁ ରୋକିବା ପାଇଁ ଏହାକୁ ବହୁତ ଉପଯୋଗୀ ମାର୍ଗ କହିଛନ୍ତି। ଏହା ବ୍ୟତୀତ ବିଶ୍ଵ ବ୍ୟାଙ୍କ ମଧ୍ୟ ଏହି ଆପ୍‌ର ପ୍ରଶଂସା କରିଛି । ଆରୋଗ୍ୟ ସେତୁର ଉଦାହରଣ ଦେଇ ବିଶ୍ଵ ବ୍ୟାଙ୍କ ଏକ ରିପୋର୍ଟ ଜାରି କରିଥିଲା। ଯେଉଁଥିରେ କୁହାଯାଇଥିଲା ଯେ, ବଡ ସଂଖ୍ୟାରେ ଜନସଂଖ୍ୟାକୁ ସଚେତନ କରି ଏବଂ ସଂକ୍ରମଣକୁ ଟ୍ରାକ୍ କରିବାରେ ସହାୟକ ହୋଇ ପାରିବ। ବିଶ୍ଵ ବ୍ୟାଙ୍କର ଦକ୍ଷିଣ ଆର୍ଥିକ କେନ୍ଦ୍ରିତ ରିପୋର୍ଟରେ କୁହାଯାଇଥିଲା ଯେ, କୋଭିଡ୍-୧୯ ପ୍ରସାରର ନୀରିକ୍ଷଣ ପାଇଁ ଏକ ଡିଜିଟାଲ ପ୍ରଯୁକ୍ତିବିଦ୍ୟାର ମଧ୍ୟ ଉପଯୋଗ କରାଯିବ।

ରିପୋର୍ଟ – ପ୍ରିୟମ୍ବଦା