କରୋନା ଭାଇରସ୍ ଉପରେ ନିର୍ମାଣ ହେଲା ସର୍ଟ୍ ଫିଲ୍ମ,ଫିଲ୍ମର ଟାଇଟଲ୍ C+

କରୋନା ଭାଇରସ୍ ଉପରେ ୟୁଟ୍ୟୁବରେ ଏକ ସର୍ଟ୍ ଫିଲ୍ମ ରିଲିଜ୍ ହୋଇଛି । ଫିଲ୍ମର ଟାଇଟଲ୍ C+ ରଖାଯାଇଛି । ଫିଲ୍ମର ନିର୍ଦେଶନା ହର୍ଷବର୍ଦ୍ଧନ ବ୍ୟାସ ଏବଂ ସୁବୋଧ ପାଣ୍ଡ୍ୟା ଦେଇଥିବାବେଳେ ଫିଲ୍ମ ନିର୍ମାଣ ମଧ୍ୟ ସୁବୋଧ ପାଣ୍ଡ୍ୟା କରିଛନ୍ତି । ଚଳଚିତ୍ରର କାହାଣୀ ସୁବୋଧ ପାଣ୍ଡ୍ୟା ଓ ମୄଦୁଲ ପାଣ୍ଡ୍ୟା ଲେଖିଛନ୍ତି । ଫିଲ୍ମ ଜରିଆରେ କରୋନା ସମୟରେ ଏବଂ ଲକ୍ ଡାଉନ୍ ସମୟରେ ଜୀବନରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ଦର୍ଶାଯାଇଛି । ଲକ୍ ଡାଉନ୍ ଯୋଗୁଁ ବହୁତ କମ୍ ରିସୋର୍ସରେ ତିଆରି ଫିଲ୍ମଟି ନିର୍ମାଣ ହୋଇଥିଲେ ମଧ୍ୟ କରୋନା ସମ୍ପର୍କରେ ସନ୍ଦେଶ ଦେବାରେ ଫିଲ୍ମ ସଫଳ ହୋଇଛି । କରୋନା ଯୋଗୁଁ ଜୀବନ କେଉଁଠି ଥିଲା ଏବଂ କେଉଁଆଡେ ଗତି ଗଲାଣି ତାହା ଦର୍ଶାଯାଇଛି । ଲୋକଙ୍କ ମାନସିକ ସ୍ଥିତି ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଛି । କରୋନା ସଂକ୍ରମଣ ସଂଖ୍ୟା ଯେଉଁଭଳି ଭାବେ ବଢି ବଢି ଚାଲିଛି ଲୋକଙ୍କ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି ।
ଫିଲ୍ମରେ ଦର୍ଶାଯାଇଛି ଯେ କରୋନା ନିଜେ ବ୍ୟାପୁନାହିଁ ବରଂ ତାକୁ ଜାଣିଶୁଣି ବିସ୍ତାର କରାଯାଇଛି । ଫିଲ୍ମ ଜରିଆରେ ଭାଇରସ୍ ନିଜେ କହୁଛି ଯେ, ସେ ନିଜେ ଚାଲି ଚାଲି ସାରା ଦୁନିଆ ବୁଲୁନି, ବରଂ ଲୋକେ ନିଜେ ଘରକୁ ଘର ତାକୁ ପହଞ୍ଚାଇଛନ୍ତି । ସେ ଆରମ୍ଭରୁ ଏକା ହିଁ ଥିଲା । ଲକ୍ଷ ଲକ୍ଷ ସଂଖ୍ୟାରେ ଭାଇରସ୍ ବିସ୍ତାର କରିବା ପଛରେ ହାତ ମଣିଷର ହିଁ ରହିଛି । ଭାଇରସ୍ କହିଛି ସେ ନିଜେ ବି ଜାଣିନଥିଲେ ଯେ ସେ କାହାର ପ୍ରାଣ ମଧ୍ୟ ନେଇପାରେ । ମଣିଷ ନିଜେ ଭାଇରସ୍ ଜରିଆରେ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣ ନେଉଛି । କାରଣ ମଣିଷ ଗୋଟିଏ ଜାଗାରେ ସ୍ଥିର ହୋଇ ରହି ପାରିଲାନି । ଯେଉଁଥିପାଇଁ ଭାଇରସ୍ ସାରା ଦୁନିଆରେ ବ୍ୟାପିବାରେ ଲାଗିଲା । ଆଜି ସାରା ଦୁନିଆରେ ଯାହା ପରିସ୍ଥିତି ସୃଷ୍ଟି ହୋଇଛି, ଗାଁ ଗାଁ, ସହର, ଦେଶରେ ଜନଜୀବନ ଯେଉଁ ଅବସ୍ଥାରେ ଅଛି ସେଥିପାଇଁ କେବଳ ମଣିଷ ହିଁ ଦାୟୀ । ଭାଇରସ୍ ଆଗକୁ କହୁଛି ଯେ, ଯଦି ଇତିହାସରେ କେବେ କୁହାଯାଏ ଯେ କରୋନା ଦୁନିଆରେ ପ୍ରଳୟ ସୃଷ୍ଟି କରିଥିଲା ତାହେଲେ ତାହା ସତ୍ୟ ନୁହେଁ, କାରଣ ପୃଥିବୀରେ ପ୍ରଳୟ କରୋନା ସୃଷ୍ଟି କରିନି ବରଂ ମଣିଷ ନିଜେ କରିଛି । ଶେଷରେ ଭାଇରସ୍ ଏକା ସୁନ୍ଦର ସନ୍ଦେଶ ଦେଇଛି ଯେ, “ମଣିଷ ନିଜେ ପୃଥିବୀପୃଷ୍ଠରୁ ମଣିଷ ଜାତିକୁ ଶେଷ କରିଦେବା ତା ପୂର୍ବରୁ ନିଜକୁ ରୋକିଦିଅ, ତୁମେ ନିଜେ ରହିଯିବ ଯଦି ମୁଁ ବି ରହିଯିବି । ଆଉ ଯଦି ମୁଁ ରହିଯିବି ତାହେଲେ ମୁଁ ବି ଶେଷ ହୋଇଯିବି ।”

ରିପୋର୍ଟ – ପ୍ରିୟମ୍ବଦା