ଆଉ ୧୦ କରୋନା ପଜିଟିଭ୍ ଚିହ୍ନଟ। ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ ୬ ଜଣ ଓ ଯାଜପୁରରୁ ୪ ଜଣ ଅଛନ୍ତି। ତେବେ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯କୁ ବୃଦ୍ଧି ପାଇଥିବାବେଳେ ଭଦ୍ରକରେ ୩୧କୁ ବଢିଲା। ଏହି ଆକ୍ରାନ୍ତମାନେ ସମସ୍ତେ ରେଡ୍ ଜୋନ୍ର।
ଆଜି ଦିନକରେ ୬୮ଟି ପଜିଟିଭ୍ ଚିହ୍ନଟ ହେଲେଣି, ଯାହା ରାଜ୍ୟ ପାଇଁ ଚିନ୍ତାଜନକ। ଯାଜପୁରରେ ମାତ୍ର ସୁସ୍ଥ ହୋଇଥିବାବେଳେ ୫୭ଟି ଆକ୍ଟିଭ୍ କେଶ୍ ରହିଛି। ସେହିପରି ଭଦ୍ରକରେ ୧୨ ଜଣ ସୁସ୍ଥ ହୋଇଥିବାବେଳେ ୧୯ଟି ଆକ୍ଟିଭ୍ କେଶ୍ ରହିଛି।
ରାଜ୍ୟରେ କରୋନା ପରିସ୍ଥିତି ଗମ୍ଭୀର ରୂପ ନେଇଛି। ରାଜ୍ୟରେ ଆଉ ଜଣଙ୍କର କରୋନା ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି। ରାଜ୍ୟରେ ଏବେବି ୨୯୧ଟି ଆକ୍ଟିଭ୍ କେଶ୍ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି। ତେବେ ୬୮ଜଣ ସୁସ୍ଥ ହୋଇଥିବାବେଳେ ୩ଜଣଙ୍କ ମୃତ୍ୟୁ ଘଟିଛି |
ରିପୋର୍ଟ – ସଂଘମିତ୍ରା ପଣ୍ଡା