କରୋନା ମହାମାରୀ ଦିନକୁ ଦିନ ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ କରୋନା ସଂକ୍ରମିତଙ୍କ ଚିହ୍ନଟ ହେଉଛି , ଯାହାକି ବର୍ତ୍ତମାନ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ରାଜ୍ୟରେ ପୁଣି ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ନୟାଗଡ଼ର ଜିଲ୍ଲାର ହୋଇଥିବା ବେଳେ ସେ ନିକଟରେ ସୁରତରୁ ଫେରିଛନ୍ତି । ଆକ୍ରାନ୍ତ ଜଣଙ୍କର ବୟସ ୪୦ ବର୍ଷ । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।
ଆକ୍ରାନ୍ତ ଜଣଙ୍କ ସୁରତରୁ ଫେରି କ୍ବାରେଣ୍ଟାଇନ୍ ଥିବା ହେତୁ ତାଙ୍କ ସଂସ୍ପର୍ଶରେ କେହି ଆସିନଥିବା ଅନୁମାନ କରାଯାଉଛି । କିନ୍ତୁ ନୟାଗଡ଼ ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପରେ ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇଛି । ଏହା ସହ ରାଜ୍ୟରେ ମୋଟ୍ କରୋନା ରୋଗୀଙ୍କ ସଂଖ୍ୟା ୨୯୪କୁ ବୃଦ୍ଧି ହୋଇଛି ।
ରିପୋର୍ଟ – ପ୍ରିୟମ୍ବଦା