ମୁମ୍ବାଇରେ କରୋନା ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। ମୁମ୍ବାଇରେ ୫୩ ଜଣ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସରବରାହ ସଂସ୍ଥାରୁ ଜଣାପଡିଛି। ହଫିଙ୍ଗପୋଷ୍ଟ ନାମକ ଏକ ଖବର ସଂସ୍ଥା ଦେଇଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରର ହଟ୍ସ୍ପଟ୍ କୁହାଯାଉଥିବା ମୁମ୍ବାଇରେ ୫୩ ଜଣ ସାମ୍ବାଦିକ କରୋନା ପଜିଟିଭ୍ ରେ ଚିହ୍ନଟ ହୋଇଛନ୍ତି। ଏପରିକି ଏହି ସଂଖ୍ୟା ପରେ ବୃଦ୍ଧି ପାଇପାରେ ବୋଲି ଏହି ରିପୋର୍ଟରେ କୁହାଯାଇଛି।ଶିବସେନା ନେତା ଏବଂ ବ୍ରିହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ର ସ୍ୱାସ୍ଥ୍ୟ କମିଟି ସଦସ୍ୟ ଆମେ ଘୋଲେ କହିବା ଅନୁଯାୟୀ, ମୁମ୍ବାଇର ୧୬୭ ଜଣ ସାମ୍ବାଦିକଙ୍କ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିଲା।
ସେ ଦେଇଛନ୍ତି ଯେ, ୧୬୭ ନମୁନାରୁ ୫୩ ପଜିଟିଭ୍ ଆସିଛି। ଏହି ସଂଖ୍ୟା ଆହୁରି ବୃଦ୍ଧି ଘଟିପାରେ। ୫୩ ଜଣଙ୍କ ମଧ୍ୟରେ ରିପୋର୍ଟର, କ୍ୟାମେରାମ୍ୟାନ୍ ଏବଂ ଫଟୋ ଜର୍ଣ୍ଣାଲିଷ୍ଟ ମଧ୍ୟ ଅଛନ୍ତି |
ରିପୋର୍ଟ – ସଂଘମିତ୍ରା ପଣ୍ଡା