କରୋନା ସଂପର୍କିତ ତଥ୍ୟ ଦେବାକୁ ସରକାରଙ୍କ ହେଲ୍ପଲାଇନ ନମ୍ବର ୧୦୪କୁ ଫେକ୍ କଲ୍ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଏତଲା। ୧୦୪ ପରିଚାଳନାକାରୀ ଜିକିଜା ହେଲ୍ଥ କେୟାର ପକ୍ଷରୁ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦିଆଯାଇଛି। ମୋଟ ୩୮ ଜଣ ଫେକ୍ କଲର୍ଙ୍କ ନାଁରେ ଏତଲା ଦିଆଯାଇଛି।
କେଉଁ ନମ୍ବରରୁ କେତେଥର କଲ୍ ହୋଇଛି, ସେସବୁର ପୂର୍ଣ୍ଣ ତଥ୍ୟ ସହ ଏତଲା ହୋଇଛି। ଗୋଟେ ଗୋଟେ ନମ୍ବରରୁ ବହୁ ବାର, ଏମିତିକି ଗୋଟିଏ ନମ୍ବରରୁ ୨୭୯ ଥର କଲ୍ ହୋଇଥିବା ମଧ୍ୟ ଏତଲାରେ ଉଲ୍ଲେଖ କରାଯାଇଛି। ଏଥି ସହ ଅଭିଯୁକ୍ତଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲାରେ ଅପିଲ କରାଯାଇଛି।
ରିପୋର୍ଟ – ସଂଘମିତ୍ରା ପଣ୍ଡା