ବୁଧବାର ବିଳମ୍ବିତ ରାତିରେ ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଉପରେ ଆକ୍ରମଣ ହୋଇଛି । ଏନେଇ ନିଜେ ଗୋସ୍ୱାମୀ ଏକ ଫେସବୁକ୍ ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି । ତାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀଯୁକ୍ତ ଗୋସ୍ୱାମୀ ଏବଂ ତାଙ୍କ ପତ୍ନୀ ମୁମ୍ବାଇ ସ୍ଥିତ ଷ୍ଟୁଡିଓରୁ ଫେରୁଥିବା ସମୟରେ ଏହି ଆକ୍ରମଣ ହୋଇଥିଲା । ଆହୁରି ମଧ୍ୟ ସେ କହିଛନ୍ତି,ବିଳମ୍ବିତ ରାତିରେ ସେମାନେ ଘରକୁ ଫେରୁଥିବା ସମୟରେ ଦୁଇ ଜଣ ବାଇକ ଆରୋହି ତାଙ୍କ ରାସ୍ତା ଅବରୋଧ କରିଥିଲେ । ଦୁର୍ବୃତ୍ତମାନେ ତାଙ୍କ କାର୍ ନିକଟକୁ ଆସି କୌଣସି ବସ୍ତୁ ଦ୍ୱାରା କାଚ ଭାଙ୍ଗିବାକୁ ଚେଷ୍ଟା ମଧ୍ୟ କରିଥିଲେ । ତେବେ ସେ ଆକ୍ରମଣକାରୀଙ୍କ ଠାରୁ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ କାର୍ ଉପରକୁ କାଳି ଫିଙ୍ଗିବା ଆରମ୍ଭ କରିଥିଲେ । ଆକ୍ରମଣରୁ ବର୍ତ୍ତିବା ପାଇଁ ସେ କାର୍ ଦୁରେଇ ଦେଇଥିଲେ । ଯାହାକୁ ନେଇ ଅର୍ଣ୍ଣବ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ରିପୋର୍ଟ – ସଂଘମିତ୍ରା ପଣ୍ଡା