ସେପ୍ଟେମ୍ବର ସୁଦ୍ଧା କୋରନା ଟୀକା ପ୍ରସ୍ତୁତ ହୋଇଯିବ

କୋରନା ମହାମାରୀର ମୁକାବିଲା ପାଇଁ ସେପ୍ଟେମ୍ବର ସୁଦ୍ଧା ଟୀକା ପ୍ରସ୍ତୁତ ହୋଇଯିବ । ଆଗାମୀ ୫ ମାସ ପରେ ସମସ୍ତ ସଂସ୍ଥାକୁ ଏହି ଟୀକା ଯୋଗାଇ ଦିଆଯିବ । ଏ ନେଇ ଆଜି ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି ଜେନେର ବିଶ୍ୱବିଦ୍ୟାଳୟର ପ୍ରଫେସର ଆଡ଼୍ରିଆନ୍ ହିଲ୍ ।
ଇଣ୍ଡିଆ ଟୁଡେ ନ୍ୟୁଜ ଡାଇରେକ୍ଟର ରାହୁଲ କମ୍ବଲ ସହ ଏକ ବିଶେଷ ବାର୍ତ୍ତାଳାପରେ ପ୍ରଫେସର ହିଲ୍ କହିଛନ୍ତି, ବିଶ୍ୱରେ ଅନେକ ସ୍ଥାନରେ ଟୀକା ପ୍ରସ୍ତୁତ ପାଇଁ ପରୀକ୍ଷା ଚାଲିଛି । ଆଜି ଠାରୁ ମଧ୍ୟ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଆରମ୍ଭ କରାଯିବ । ଆମେ ଆଶା କରୁଛୁ କି ଆମ ପରୀକ୍ଷା ସଫଳ ହେବ । ଟୀକା ମାଧ୍ୟମରେ ଲୋକଙ୍କ ସୁରକ୍ଷା ଆମର ଲକ୍ଷ୍ୟ ।
ଆଜି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ କୋରନା ବିରୁଦ୍ଧରେ ତିଆରି କରାଯାଇଥିବା ଟୀକାର ପରୀକ୍ଷଣ କରାଯିବ । ଏଥିପାଇଁ ବ୍ରିଟିଶ ସରକାର ୨୦ ମିଲିୟନ ପାଉଣ୍ଡ (ଭାରତୀୟ ମୂଲ୍ୟ ୧୯ କୋଟି) ଖର୍ଚ୍ଚ କରିବାକୁ ଘୋଷଣା କରିଛନ୍ତି । ବିଶ୍ୱବିଦ୍ୟାଳୟର ୫୦୦ ସ୍ବେଚ୍ଛାସେବୀଙ୍କ ଠାରେ ତିନୋଟି ପର୍ଯ୍ୟାୟରେ ଏହି ପରୀକ୍ଷା କରାଯିବ ।

ରିପୋର୍ଟ – ସଂଘମିତ୍ରା ପଣ୍ଡା

Leave a Reply

Your email address will not be published. Required fields are marked *