ଆଜିଠୁ ଆସନ୍ତା ଦୁଇ ଦିନ ଯାଏ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଘଡ଼ ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।ସ୍ଥାନେ ସ୍ଥାନେ ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ଏଥିସହିତ ୨୪ ତାରିଖରୁ କେତେକ ଅଞ୍ଚଳରେ କାଳ ବୈଶାଖି ହେବାର ମଧ୍ୟ ସମ୍ଭାବନା ରହିଛି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିିକ ଲାଗି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍.ବିଶ୍ୱାସ କହିଛନ୍ତି ।
ସେ କହିଛନ୍ତି, ବିଶେଷ କରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଏବଂ କନ୍ଧମାଳ ଜିଲ୍ଲାରେ କାଳ ବୈଶାଖି ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଏବଂ ଦେବଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ, ଯାଜପୁର ଓ କଟକରେ ଘୂର୍ଣ୍ଣିଝଡ ସହ ବଜ୍ରପାତ ହେବାସହ ୪୦ ରୁ ୪୫ କିମି ବେଗରେ ପବନ ବୋହିବ। କୁଆପଥର ସହ ପ୍ରବଳ ବର୍ଷା ମଧ୍ୟ ହେବ।
ରିପୋର୍ଟ – ସଂଘମିତ୍ରା ପଣ୍ଡା