ସାରା ରାଜ୍ୟରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇ ୮୯ ରେ ପହଞ୍ଚିଛି। କିଛିଦିନ ହେବ ଭଦ୍ରକ, ବାଲେଶ୍ଵର, ଯାଜପୁର ଜିଲ୍ଲାରେ ଲଗାତାର କରୋନା ଆକ୍ରାନ୍ତ ବଢ଼ିବାରେ ଲାଗିଛନ୍ତି। ଏଥି ପାଇଁ ଏହି ୩ ଜିଲ୍ଲା କୁ ୬୦ ଘଣ୍ଟା ଅର୍ଥାତ ଆଜି ରାତି ୧୦ ଟା ରୁ ୨୬ ତାରିଖ ସକାଳ ୧୦ ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ।
ଗତ କିଛି ଦିନ ହେବ ଏହି ୩ ଟି ଜିଲ୍ଲାରେ ଲଗାତାର ଭାବେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ଏପରି ନିଷ୍ପତି ନେଇଛନ୍ତି, ଯାହା ଫଳରେ ସଂକ୍ରମଣ କିଛି ମାତ୍ରାରେ ରୋକାଯାଇପାରିବ। ସୂଚନା ମୁତାବକ ପଶ୍ଚିମବଙ୍ଗ ଲିଙ୍କ୍ ଫଳରେ ଏହି ୩ ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
ଏହି ୬୦ ଘଣ୍ଟା ମଧ୍ୟରେ ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ୍ ରହିବ। ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ଦୋକାନ ବନ୍ଦ୍ ରହିବା ସହିତ କୌଣସି ଲୋକ ବାହାରକୁ ବାହାରିପାରିବେ ନାହିଁ। ଏହି ୬୦ ଘଣ୍ଟା ଏହି ୩ ଜିଲ୍ଲା ପାଇଁ ନିହାତି ଗୁରୁତ୍ୱପୂର୍ଣ୍ଣ |
ରିପୋର୍ଟ – ସଂଘମିତ୍ରା ପଣ୍ଡା