ଏପ୍ରିଲ୍ ଶେଷ ସୁଦ୍ଧା ଦିନକୁ ୩ ହଜାର କରୋନା ଟେଷ୍ଟ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ବଲାଙ୍ଗିର୍, ବାଲେଶ୍ୱର, ବାରିପଦା ଓ କୋରାପୁଟ ଏହିଭଳି ୪ଟି ମେଡିକାଲ୍ କଲେଜ୍ ଟେଷ୍ଟିଂ ଲ୍ୟାବ୍ ପ୍ରସ୍ତୁତ କରାଯିବ। ଏଥିସହ ଭୁବନେଶ୍ୱରସ୍ଥିତ ଓୟୁଏଟିରେ ମଧ୍ୟ ହେବ କରୋନା ନମୂନା ପରୀକ୍ଷା। ଜୀବ ବିଜ୍ଞାନ ପ୍ରତିଷ୍ଠାନ-ILS ରେ ଦିନକୁ ୪୫୦ଟି ନମୂନା ଟେଷ୍ଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି।
କରୋନା ମୁକାବିଲାକୁ ଆହୁରି ତ୍ୱରାନ୍ୱିତ କରିବାକୁ ଅନୁଷ୍ଠିତ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ଆସନ୍ତାକାଲିଠାରୁ କାର୍ଯ୍ୟକ୍ଷମ ହେବ କୋଭିଡ୍ ଅନଲାଇନ୍ ପଞ୍ଜିକରଣ ପୋର୍ଟାଲ୍। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ ହୋଇଥିଲା ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାଶ ମଧ୍ୟ ଯୋଗଦେଇଥିଲେ।
ରିପୋର୍ଟ – ସଂଘମିତ୍ରା ପଣ୍ଡା