ସ୍ୱଦେଶ ଫେରିଲେ ବିଦେଶୀ

କରୋନା କଟକଣା ପାଇଁ ଲକ୍ ଡାଉନ୍ ପରଠୁ ଓଡ଼ିଶାରେ ଫସିଯାଇଥିବା ଭୁଟାନ୍ ନାଗରିକ ସ୍ୱଦେଶ ଫେରୁଛନ୍ତି | ପ୍ରାୟ ୨୬ ଜଣ ଭୂଟାନ ଅଧିବାସୀ ଗତକାଲି ଭୁଟାନ ଅଭିମୁଖେ ବାହାରିଛନ୍ତି। ଭୁଟାନ୍ ସରକାର ପଠାଇଥିବା ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରୁ ଏମାନେ ସ୍ୱଦେଶ ଫେରୁଛନ୍ତି | ଏହି ବିମାନଟି ଦେଶର ଅନ୍ୟ ରାଜ୍ୟରେ ଥିବା ଭୁଟାନବାସୀଙ୍କୁ ମଧ୍ୟ ନେଇଥିଲା ।

ଦୀର୍ଘ ଦିନ ଧରି ଭୟ ଆଉ ଆତଙ୍କରେ ଓଡ଼ିଶାରେ ରହିଯାଇଥିବା ଏହି ଭୁଟାନବାସୀଙ୍କ ମଧ୍ୟରୁ କିଛି ପର୍ଯ୍ୟଟକ ଏବଂ ଛାତ୍ରଛାତ୍ରୀ ଅଛନ୍ତି। ଭୁବନେଶ୍ୱରରେ ଡ୍ରକ୍ ଏୟାର ସେବା ଉପଲବ୍ଧ ନଥିବାରୁ ଏୟାର ଇଣ୍ଡିଆ ପକ୍ଷରୁ ସ୍ୱତନ୍ତ୍ର ବିମାନରେ ଫେରୁଛନ୍ତି। ଘରକୁ ଫେରୁଥିବାରୁ ଆଶ୍ୱସ୍ତ ଅନୁଭବ କରିବା ସହ ଖୁସୀ ବ୍ୟକ୍ତ କରିଛନ୍ତି ଏମାନେ।

ରିପୋର୍ଟ – ସଂଘମିତ୍ରା ପଣ୍ଡା

Leave a Reply

Your email address will not be published. Required fields are marked *