ଗୋଟେପଟେ ଭୁବନେଶ୍ୱରରୁ ଆଜି ୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୪।ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା।

ଆଜି ଭୁବନେଶ୍ୱର ରୁ ୩୮ କରୋନା ଆକ୍ରାନ୍ତ ଚିହ୍ନଟ। ସେମାନଙ୍କ ମଧ୍ୟରୁ ଜୟଦେବ ବିହାରର ୨ ବର୍ଷିକିଆ ଶିଶୁଙ୍କ ସମେତ ୫ ଜଣ ପଜିଟିଭ୍‌ । ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ମୁମ୍ବାଇ ଫେରନ୍ତା ଏହି ୫ ଜଣ । ମଞ୍ଚେଶ୍ବରରେ ଉତ୍ତର ପ୍ରଦେଶ ଫେରନ୍ତା ୧୧ ଜଣ ପଜିଟିଭ୍‌ ଚିହ୍ନଟ । ଅନ୍ୟ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ମଞ୍ଚେଶ୍ବରରେ ଆଉ ଜଣେ ପଜିଟିଭ୍‌।ମଞ୍ଚେଶ୍ବର ଅଞ୍ଚଳର ୪ ପଶ୍ଚିମବଙ୍ଗ ଫେରନ୍ତା କୋରୋନା ଆକ୍ରାନ୍ତ । ପେଡ୍‌ କ୍ବାରେଣ୍ଟାଇନ୍‌ରେ ଥିବା ଜଣେ ପଶ୍ଚିମବଙ୍ଗ ଫେରନ୍ତା ପଜିଟିଭ୍‌ ।ୟୁନିଟ୍‌-୮ ଡେଲ୍‌ଟା ଅଞ୍ଚଳର ୨ ମୁମ୍ବାଇ ଫେରନ୍ତା ଆକ୍ରାନ୍ତ ଚିହ୍ନଟ । ୟୁନିଟ୍‌-୬ ରାଧାକୃଷ୍ଣ ମନ୍ଦିର ଅଞ୍ଚଳରେ ଜଣେ ବେଙ୍ଗଳୁରୁ ଫେରନ୍ତା ପଜିଟିଭ୍‌ ।ଶିରୀପୁର ଲକ୍ଷ୍ମୀବଜାର ବସ୍ତିର ଜଣେ ମୁମ୍ବାଇ ଫେରନ୍ତା ପଜିଟିଭ ଚିହ୍ନଟ । ଚକେଇସିଆଣୀ ହାଡ଼ବାଇ ବସ୍ତିର ୪୬ ବର୍ଷୀୟ ବ୍ୟକ୍ତି ପଜିଟିଭ୍‌ । ୪ଟି ବିଭିନ୍ନ ହସ୍ପିଟାଲର ୬ କର୍ମଚାରୀ କୋରୋନା ଆକ୍ରାନ୍ତ ଚିହ୍ନଟ । ମଞ୍ଚେଶ୍ବର ୟୁପି ସ୍କୁଲ ନିକଟରୁ ଜଣେ ଓ VSS ନଗରରୁ ଜଣେ ପଜିଟିଭ୍‌ । ଆଜି ଭୁବନେଶ୍ୱର ରୁ ୧୪ ଜଣ ସୁସ୍ଥ ହୋଇଥିବା ସୂଚନା।