ପତଞ୍ଜଳି ଆଣିଲା କରୋନା ଔଷଧ।କରୋନିଲ ଭଲ କରିବ କରୋନା । ପ୍ରେସ କନଫରେନ୍ସ କରି ସୂଚନା ଦେଲେ ଯୋଗଗୁରୁ ରାମଦେବ ବାବା।

ମହାମାରୀ କରୋନା ପାଇଁ ପୁରା ବିଶ୍ଵ ଚିନ୍ତିତ ଥିବାବେଳେ ଅନେକ ତାର ଔଷଧ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି। ଏହି ସମୟରେ ପତଞ୍ଜଳି ଲଞ୍ଚ କରିବ କରୋନା ଔଷଧ। କରୋନିଲ ଭଲ କରିବ କରୋନା। ପ୍ରେସ କନଫରେନ୍ସ କରି ଏପରି କିଛି କହିଛନ୍ତି ଯୋଗଗୁରୁ ରାମଦେବ ବାବା। ଆୟୁର୍ବେଦିକ ଔଷଧ ଦ୍ଵାରା କରୋନା ଆକ୍ରାନ୍ତ ସୁସ୍ଥ ହେବ ବୋଲି ସେ ଦାବି କରିଛନ୍ତି।
ପତଞ୍ଜଳି ଯୋଗପିଠରେ ପ୍ରସ୍ତୁତ ହେଲା କରୋନା ଔଷଧ। ରାମଦେବ ବାବା କହିଛନ୍ତି କ୍ଲିନିକାଲ କଣ୍ଟ୍ରୋଲ ଷ୍ଟଡି କରିବା ପରେ ଏହି ଔଷଧ ତିଆରି ହୋଇଛି। କେବଳ ଏତିକି ନୁହେଁ ୧୦୦ ଲୋକଙ୍କ ଉପରେ ଏହାର ଟେଷ୍ଟ ସଫଳ ହୋଇଥିବା କହିଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତିନି ଦିନ ମଧ୍ୟରେ ୬୫ ପ୍ରତିଶତ କରୋନା ରୋଗୀ ଓ ସାତ ଦିନ ମଧ୍ୟରେ ଶତ ପ୍ରତିଶତ ରୋଗୀ ଠିକ୍ ହୋଇଥିବା କହିଛନ୍ତି ଯୋଗଗୁରୁ ରାମଦେବ ବାବା।