ରାଜ୍ୟରେ ଧୀରେ ଧୀରେ ବ୍ୟାପି ଚାଲିଛି କରୋନା ସଂକ୍ରମଣ ସଂଖ୍ୟା | ଏ ମହାମାରୀ ସମୟରେ ଆଗକୁ ବାହାରିଛନ୍ତି ଜଣେ ସମାଜ ସେବୀ, ସେ ହେଉଛନ୍ତି ସଂଯୁକ୍ତା ପଣ୍ଡା ଯିଏକି ସୁଦୂର ସମ୍ବଲପୁରରୁ ଆସି ଉପକୂଳବର୍ତ୍ତୀ ଜିଲ୍ଲାରେ ଜନ ହିତକର କାର୍ଯ୍ୟକରି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି |
ଜଣେ ମହିଳା ହୋଇ ବିନା ଦ୍ବିଧାରେ ସଂଗରୋଧ କେନ୍ଦ୍ରକୁ ଯାଇ ସେଠାରେ ଥିବା ଅନ୍ତେବାସୀ ମାନଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରିଛନ୍ତି ଏବଂ ବିଭିନ୍ନ ପ୍ରକାର ଖାଦ୍ୟସାମଗ୍ରୀ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ବାଣ୍ଟିଛନ୍ତି, ସେ କହିଛନ୍ତି କି ଏମିତି ସେବା ଦ୍ୱାରା ତାଙ୍କୁ ଆତ୍ମସନ୍ତୋଷ ମିଳୁଛି | ତେବେ ଅନ୍ତଵାସୀ ମଧ୍ୟ ସଂଯୁକ୍ତାଙ୍କ ଏଭଳି କାର୍ଯ୍ୟକୁ ଖୁବ ପ୍ରଶଂସା କରିଛନ୍ତି |
ରିପୋର୍ଟ – ସଂଘମିତ୍ରା ପଣ୍ଡା