୨୦୨୦ର ପ୍ରଥମ ସୂର୍ଯ୍ୟପରାଗ

() ଆସନ୍ତା କାଲି ଜୁନ୍ ୨୧ ତାରିଖ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ । ଏହି ସୂର୍ଯ୍ୟପରାଗ ଦିନ ବି ରାତି ଭଳି ଅନୁଭୂତ ହେବ । ଏଥର ସୂର୍ଯ୍ୟପରାଗ ରିଙ୍ଗ ଅଫ ଫାୟାର ପରି ଦୃଶ୍ୟ ହେବ । ପରାଗ ଓଡିଶା ସମେତ ଦେଶର ସବୁ ଅଂଚଳରେ ପ୍ରାୟ ୯ ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରହିବ । ପୂର୍ଣ ସୂର୍ଯ୍ୟପରାଗ ସକାଳ ୧୦ଟା ୧୮ ମିନିଟରେ ଲାଗିବ । ତେବେ ଭାରତରେ ଏହା ଖଣ୍ଡ ଗ୍ରାସ ସୂର୍ଯ୍ୟପରାଗ ଭାବେ ପରିଲକ୍ଷିତ ହେବ ।ଆସନ୍ତାକାଲି ସୂର୍ଯ୍ୟପରାଗରେ ଚନ୍ଦ୍ର ସୂର୍ଯ୍ୟଙ୍କୁ ସଂପୂର୍ଣ ଘୋଡାଇଦେବ । ଏହି ସମୟରେ ସୂର୍ଯ୍ୟଙ୍କର କିଛି ଅଂଶ ଦେଖାଯିବ । ଯାହାକୁ ରିଂଗ ଅଫ ଫାୟାର କୁହାଯାଏ । ଆଫ୍ରିକା, ପାକିସ୍ତାନର ଦକ୍ଷିଣ ଭାଗ, ଚୀନ ଏବଂ ଭାରତର ଉତର ଭାଗରେ ଦୃଶ୍ୟମାନ ହେବ । ତେବେ ଭାରତର କିଛି ସ୍ଥାନରେ ଅଳ୍ପ ସେକେଣ୍ଡ ଦେଖିବାକୁ ମିଳିବ । ଅନ୍ୟ ସ୍ଥାନରେ ୧୨ ମନିଟ୍ ପର୍ଯ୍ୟନ୍ତ ଲୋକେ ଦେଖି ପାରିବେ । ସୂର୍ଯୟପରାଗର ଛାୟା ରାଜସ୍ଥାନରେ ସକାଳ ୧୦ଟା ୧୫ରେ ସୁରଥଗଡର ଘଡସାନରେ ପ୍ରବେଶ କରିବ । ଆନ୍ଧ୍ରପ୍ରଦେଶର ଲୋକେ ଏହାକୁ ପାଖାପାଖି ୩ଘଂଟା ଦେଖିପାରିବେ । ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତରାଖଣ୍ଡ, ହିମାଚଳ ପ୍ରଦେଶରେ ପୂର୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ । ଜ୍ୟୋର୍ତୀବିଜ୍ଞାନଙ୍କ କହିବାନୁସାରେ ଆଜି ରାତି ୧୦ଟାରୁ ପାକତ୍ୟାଗ କରାଯିବ । ପୂର୍ବରୁ ୨୦୦୯,୨୦୧୬ ଏବଂ ୨୦୧୯ରେ ଏଭଳି ସୂର୍ଯ୍ୟପରାଗ ଦେଖିବାକୁ ମିଳିଥିଲା ।