ଗରିବ କଲ୍ୟାଣ ରୋଜଗାର ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ସ୍ଥିତିରେ ସୁଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କଲେ ଗରିବ କଲ୍ୟାଣ ରୋଜଗାର ଯୋଜନା । ଆଜି ପ୍ରଧାନମନ୍ତ୍ରୀ ପ୍ରବାସୀଙ୍କ ପାଇଁ ଭିଡ଼ିଓ କନଫରେନ୍ସିଂରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଦେଶରେ ଓଡିଶା ସମେତ ୫ଟି ରାଜ୍ୟର ୧୧୬ ଜିଲାରେ ଏହି ଯୋଜନା ପ୍ରଣୟନ କରାଯିବ। ଏହା ମାଧ୍ୟମରେ ଶ୍ରମିକ ମାନଙ୍କୁ ୧୨୫ ଦିନର କାମ ଯୋଗାଇ ଦିଆଯିବ। ଏହି ଯୋଜନା ମାଧ୍ୟମରେ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବକୁ ଥିବା ବେଳେ ୨୫ ହଜାରରୁ ଅଧିକ ପ୍ରବାସୀ ଶ୍ରମିକ ଉପକୃତ ହେବେ । ଏହି ଯୋଜନା ଦ୍ୱାରାପ୍ରବାସୀ ଶ୍ରମିକଙ୍କୁ ୨୫ ପ୍ରକାର କାମ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।