ରାଜ୍ୟରେ ଘୁ ଘୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ପଦକ୍ଷେପ। ଆଜିଠୁ ରାଜ୍ୟବ୍ୟାପୀ କୋରୋନା ଚିହ୍ନଟ ଅଭିଯାନ ଆରମ୍ଭ । ପ୍ରତି ଘରେ ସ୍ବାସ୍ଥ୍ୟାବସ୍ଥା ବୁଝିବେ ଆଶା ଓ ଏଏନ୍ଏମ୍ ଦିଦି । କୋରୋନା ଲକ୍ଷଣ ଥିଲେ ଚିକିତ୍ସା ପାଇଁ ନେବେ ପଦକ୍ଷେପ । ଆଜିଠୁ ଜୁଲାଇ ୩୧ ଯାଏ ଚାଲିବ ଅଭିଯାନ । ଅଭିଯାନ ଚଳାଇବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ।