ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ତାଙ୍କ କୁକ୍ ଦେଲେ ବୟାନ, ସୁଶାନ୍ତ ଗତକାଲି ସକାଳ ୬.୩୦ ମିନିଟ୍ରେ ଉଠିଥିଲେ। ପରେ ୯.୩୦ ମିନିଟ୍ରେ ଡାଳିମ୍ୱ ଜୁସ୍ ନେଇ ତାଙ୍କ ରୁମ୍କୁ ଯାଇ କବାଟ ବନ୍ଦ କରିଥିଲେ। କିଛି ସମୟରେ ସୁଶାନ୍ତଙ୍କ କୁକ୍ ଯାଇ ତାଙ୍କୁ ପଚାରିଥିଲେ ଯେ ଲଞ୍ଚରେ କ’ଣ ଖାଇବେ ବୋଲି । କିନ୍ତୁ ସୁଶାନ୍ତ କବାଟ ଖୋଲିନଥିଲେ। ସେତେବେଳକୁ ସମୟ ୧୦.୩୦ ମିନିଟ୍ ହୋଇଥିଲା। ପୁଣି କିଛି ସମୟ କୁକ୍ ଅପେକ୍ଷା କରି ଅପରାହ୍ନ ୧୨ଟା ବେଳକୁ ସୁଶାନ୍ତଙ୍କୁ ପଚାରିବାକୁ ଗଲେ । ତଥାପି ସୁଶାନ୍ତ କବାଟ ଖୋଲିନଥିଲେ।ଦୀର୍ଘ ସମୟଧରି କବାଟ ବାଡେଇ ଥିଲେ। ସୁଶାନ୍ତଙ୍କୁ ବାରମ୍ୱାର ବାରମ୍ୱାର ଫୋନ୍ ମଧ୍ୟ କରିଥିଲେ କୁକ୍ । କିନ୍ତୁ କୌଣସି ଉତ୍ତର ମିଳିନଥିଲା ସୁଶାନ୍ତଙ୍କ ଠାରୁ। ସେତେବେଳେ ଘରେ କୁକ୍ ଓ ଅନ୍ୟ ଦୁଇ ସହଯୋଗୀ ଉପସ୍ଥିତ ଥିଲେ। ସେମାନେ ଭୟଭୀତ ମଧ୍ୟ ହୋଇଯାଇଥିଲେ।କିଛି ସମୟ ପରେ କୁକ୍ ସୁଶାନ୍ତଙ୍କ ଭଉଣୀଙ୍କୁ ଫୋନ୍ କରିଥିଲେ। ଏହି ଖବର ପାଇବା ପରେ ସୁଶାନ୍ତଙ୍କ ଭଉଣୀ ଗୋରେଗାଓଁରୁ ପ୍ରାୟ ୪୦ ମିନିଟରେ ଆସି ବାନ୍ଦ୍ରାରେ ପହଞ୍ଚିଥିଲେ। ସେ ମଧ୍ୟ ସୁଶାନ୍ତଙ୍କ କବାଟ ବାଡେଇବା ସହିତ ତାଙ୍କୁ ବାରମ୍ୱାର ଫୋନ୍ କରିଥିଲେ। ତଥାପି ସୁଶାନ୍ତଙ୍କଠୁ କୌଣସି ଉତ୍ତର ପାଇନଥିଲେ।
ପରେ ସୁଶାନ୍ତଙ୍କ ରୁମ୍ର ଚାବି ଭାଙ୍ଗିବା ପାଇଁ ଚାବି ବାଲାକୁ ଡକା ଗଲା। ପ୍ରାୟ ୧.୩୦ ମିନିଟ୍ରେ ଚାବି ବାଲା ସେଠାରେ ପହଁଞ୍ଚିଥିଲା। ଚାବିବାଲା ସୁଶାନ୍ତଙ୍କ ରୁମ୍ର ଚାବି ଖୋଲିବା ପରେ ସୁଶାନ୍ତ ଆତ୍ମହତ୍ୟା କରିଥିବାର ସମସ୍ତେ ଦେଖିବାକୁ ପାଇଥିଲେ।