ଆଜିଠୁ ପୁଣି ଥରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଦୁଇଦିନିଆ ଶଟ୍ଡାଉନ୍। ସବୁଠୁ ଅଧିକ କରୋନା ପ୍ରଭାବିତ ୧୧ ଜିଲ୍ଲାରେ ଆଜି ଓ ଅସନ୍ତାକାଲି ୨ ଦିନ ସଟ୍ ଡାଉନ୍ ରହିବ । ଏହି ଜିଲ୍ଲାଗୁଡ଼ିକ ହେଲା ଗଂଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗିର । ଏହି ସବୁ ଜିଲ୍ଲାର ପ୍ରବେଶ ପଥ ତଥା ସହର ଭିତରେ ପୁଲିସ୍ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉଛି । କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥିଲେ ଘରୁ ବାହାରିବାରୁ ବାରଣ କରାଯାଇଛି ।
ଶଟଡାଉନ୍ ଯୋଗୁ ଏହି ସବୁ ଜିଲ୍ଲାରେ ଆଜି ରାସ୍ତାଘାଟ ଖାଁ ଖାଁ ପଡ଼ିଛି । ଚଳିତ ମାସର ଏହା ହେଉଛି ଦ୍ୱିତୀୟ ସପ୍ତାହର ଶନି, ରବିବାର ଶଟଡାଉନ୍। ଜୁନ ମାସର ସବୁ ଶନି ଓ ରବିବାର ଶଟଡାଉନ୍ ରହିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଶଟଡାଉନ୍ ନିୟମରେ ସାମାନ୍ୟ କୋହଳ କରିଛନ୍ତି ସରକାର।*
ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢାବା ଶଟଡାଉନ୍ରୁ ବାଦ୍ ଦିଆଯାଇଛି । ରାତ୍ରକାଳୀନ କର୍ଫ୍ୟୁରୁ ମଧ୍ୟ NH/SH ପାର୍ଶ୍ୱ ଢାବାକୁ ବାଦ୍ ଦିଆଯାଇଛି । ତେବେ ଢାବାରୁ ଖାଦ୍ୟ କେବଳ ପାର୍ସଲ ଆକାରରେ ନେଇହେବ । ଧାନ, ଚିନାବାଦାମ, ଡାଲି ସଂଗ୍ରହ କାର୍ଯ୍ୟ ମଧ୍ୟ ଶଡଡାଉନ୍ ବେଳେ ଚାଲୁ ରହିବ।