ଥଣ୍ଡା ପଡୁଛି ଲଦାଖର ଗାଲଭାନ ଘାଟିରେ ହେବାକୁ ଥିବା ଚୀନ ଭାରତ ସଙ୍ଘର୍ଷ

ଲଦାଖର ଗାଲଭାନ୍ ଘାଟିରେ ଭାରତ ଏବଂ ଚୀନ୍‌ର ସେନା ପଛକୁ ହଟିଛନ୍ତି । ରିପୋର୍ଟ ଅନୁଯାୟୀ, ଚୀନ୍ ସେନା ୨ କି.ମି. ପଛକୁ ଫେରିଛି ଏବଂ ଭାରତୀୟ ସେନା ନିଜ ସ୍ଥାନଠାରୁ ୧ କି.ମି. ପଛକୁ ଫେରିଛି । ଏଠାରେ ଥିବା ଫିଙ୍ଗର ଫୋର୍ ଅଞ୍ଚଳରେ ଉଭୟ ଦେଶର ସେନା କିଛି ସପ୍ତାହ ଧରି ପରସ୍ପରର ବିରୋଧୀ ହୋଇ ଠିଆ ହୋଇଥିଲେ । ପୋଙ୍ଗଙ୍ଗ ହ୍ରଦ ନିକଟରେ ଥିବା ଫୋର ଫିଙ୍ଗର ଅଞ୍ଚଳରେ ଭାରତ ଏବଂ ଚୀନ୍ ସେନାବାହିନୀ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଜୁନ୍ ୬ରେ ଦୁଇ ଦେଶ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପୋଙ୍ଗଙ୍ଗ ଅଞ୍ଚଳ ଉପରେ ଅଧିକ ଧ୍ୟାନ ଦେବାର ସମ୍ଭାବନା ରହିଛି । ଚୀନ୍ ସେନା କିଛି ସପ୍ତାହ ଧରି ଫିଙ୍ଗର ଫୋର୍ ଅଞ୍ଚଳରେ ରହିଆସିଛି ଯାହା ଭାରତ ନିୟନ୍ତ୍ରଣରେ ରହିଛି ।

ଲଦାଖର ସୀମାନ୍ତ ଅଞ୍ଚଳରେ ଚୀନ୍ ସେନା ନିଜର ଶକ୍ତି ଦେଖାଇବାକୁ ଚେଷ୍ଟା କରୁଛି । ଭାରତୀୟ ସେନା ମଧ୍ୟ ସେମାନଙ୍କ ସମ୍ମୁଖରେ ଠିଆ ହୋଇରହିଛି । ଉଭୟ ପାର୍ଶ୍ବରୁ ମଧ୍ୟ ଆଲୋଚନା ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟକଳାପ ଶେଷ ହୋଇନାହିଁ । ଏବେ ପୁଣି ଥରେ ଦୁଇ ଦେଶର ସେନା ବୁଝାମଣା କରିବାକୁ ଯାଉଛନ୍ତି । ଏହି ବୈଠକ ଜୁନ୍ ୬ରେ ଅନୁଷ୍ଠିତ ହେବ ।ବୈଠକରେ ଉଭୟ ଦେଶର ସେନା ବାହିନୀର ଲେଫ୍ଟନାଣ୍ଟ ଜେନେରାଲ ର୍ୟାଙ୍କ ଅଧିକାରୀମାନେ ସାମିଲ୍ ହେବେ । ଏହି ବୈଠକ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ପ୍ରସଙ୍ଗକୁ ନେଇ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହି ବୈଠକରେ ଭାରତ ପକ୍ଷରୁ ଲେହରେ ଅବସ୍ଥିତ ୧୪ଟି କର୍ପସ କମାଣ୍ଡରଙ୍କ ପ୍ରତିନିଧିତ୍ବ କରିବ । ସୀମାରେ ଥିବା ସଙ୍କଟକୁ ଦୂର କରିବା ପାଇଁ ଏହି ଉଚ୍ଚ ସ୍ତରୀୟ ବୈଠକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

ରିପୋର୍ଟ – ପ୍ରିୟମ୍ବଦା ନାୟକ