କୋରାପୁଟ : ଅବିଭକ୍ତ କୋରାପୁଟଜିଲ୍ଲା ଢ଼ାବା ମହାସଂଘ ଜିଲ୍ଲା ପ୍ରଶାସନ ଦ୍ୱାରସ୍ଥ ହୋଇଛନ୍ତି। ଅଦୃଶ୍ୟ କରୋନା ଭୁତାଣୁ ସଂକ୍ରମଣ ରୁ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାର ତିନି ମାସ ହେବ ଲକଡାଉନ ଜାରି କରିଛନ୍ତି।ଲକଡାଉନ ଯୋଗୁ ହୋଟେଲ ,ଢ଼ାବା ,ରେଷ୍ଟୁରାଣ୍ଟ , ସିନେମାହଲ ସପିଙ୍ଗ ମହଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଥିବା ଢ଼ାବା ,ରେଷ୍ଟୁରାଣ୍ଟ ହୋଟେଲ ମଧ୍ୟ ବନ୍ଦ ଥିବା ହେତୁ ଢ଼ାବା ରେ କାମ କରୁଥିବା କର୍ମଚାରୀ ରୋଜଗାର ହରାଇଛନ୍ତି। ମାଲିକ ମାନଙ୍କ ଅବସ୍ଥା ବି ଖରାପ ଢ଼ାବା ଚାଲିଲେ ନିଜ ପରିବାର ଚାଲୁଥିଲା ତିନି ତିନି ମାସ ବନ୍ଦ ଥିବା ହେତୁ ମାଲିକ ଏବଂ କର୍ମଚାରୀ ଆର୍ଥିକ ସଂକଟ ଦେଇ ଗମନ କରୁଥିବା ଦାବି ପତ୍ରରେ ଉଲ୍ଲେଖ ରହିଛି।
କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଧୀରେ ଧୀରେ ସମସ୍ତ ଉଦ୍ୟଗ ଏବଂ ବ୍ୟବସାୟିକ ସଂଗଠନ ସାମାଜିକ ଦୂରତା ବଜାଇ ରଖିବା ସହ ମୁହଁରେ ମାସ୍କ ଲଗାଇ ସର୍ତ୍ତ ଅନୁସାରେ ଖୋଲା ରଖିବାକୁ ଅନୁମତି ପ୍ରଦାନ କରୁଛନ୍ତି।
ସରକାର ଦ୍ଵାରା ଅନଲକ ରେ ପ୍ରସ୍ତାବିତ ନିଷ୍ପତ୍ତି ଅନୁଯାୟୀ ସମସ୍ତ ହୋଲଟେଲ ରେଷ୍ଟୁରାଣ୍ଟ ଅନ୍ୟାନ୍ୟ ବ୍ୟାବସାୟିକ ନିଜ ନିଜର ବ୍ୟବସାୟ ଆରମ୍ଭ କରିପାରିବେ। ଏଣୁ ସାଧାରଣ ଢ଼ାବା , ହୋଟେଲ ,ରେଷ୍ଟୁରାଣ୍ଟ ଗୁଡିକ ଭୋଜନାଳୟ ରୂପେ ପରିଗଣିତ |
ବ୍ୟବସାୟ ସାଧାରଣତଃ ଦିବା ୧୦ ଘଣ୍ଟା ରୁ ପ୍ରାରମ୍ଭ କରି ଅପରାହ୍ନ ୨.୩୦ ମି ଠାରୁ ରାତ୍ର ୭ଘଣ୍ଟା ଠାରୁ ରାତ୍ର ୧୧ଘଣ୍ଟା ପର୍ଯ୍ୟନ୍ତ। ହୋଟେଲ ,ଢ଼ାବା , ରେଷ୍ଟୁରାଣ୍ଟ ଖୋଲି କରି ବ୍ୟବସାୟ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି ପତ୍ର ଦେଇ ଅନୁରୋଧ କରିଛନ୍ତି। ପୁଣି ବ୍ୟବସାୟିକ ଅନୁଷ୍ଠାନର କର୍ମଚାରୀ ଭରଣ ପୋଷଣ ଆର୍ଥିକ ସହାୟତା ପାଇ ସଂଘ ପକ୍ଷରୁ ସରକାର ଙ୍କୁ ଅନୁରୋଧ କରିଛନ୍ତି। ବୋରିଗୁମା ଶାଖା ପକ୍ଷରୁ ମହାସଂଘ ରୁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଅନୁଉପସ୍ଥିତ ରେ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି।
ରିପୋର୍ଟ – ସୁନ୍ଦର କୁମାର ପାଣି