ଅନଲକ -୧ କୁ ନେଇ ପ୍ରକାଶ ପାଇଲା ରାଜ୍ୟ ସରକାରଙ୍କ ନୂଆ ଗାଇଡ଼ଲାଇନ । ରାଜ୍ୟରେ ଜୁନ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ସପିଂ ମଲ୍ , ସିନେମା ହଲ , ଜିମ ଓ ସୁଇମିଂ ପୁଲ । ଜୁନ ୩୦ ପର୍ଯ୍ୟନ୍ତ ଧାର୍ମିକ ସ୍ଥଳରେ ପୂଜା ପାଠ ବନ୍ଦ ରହିବା ସହିତ ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ଶିଖାନୁଷ୍ଠାନ ବନ୍ଦ ରହିବ । ୩୦ ପ୍ରତିଶତ କ୍ଷମତା ନେଇ ଖୋଲିପାରିବ ହୋଟେଲ । କୌଣସି ପ୍ରକାରର ସଭା ସମିତି କରିହେବ ନାହିଁ । ରାଜ୍ୟର ୧୧ ଜିଲ୍ଲା ସପ୍ତାହକୁ ୨ ଦିନ ଅର୍ଥାତ ଶନିବାର ଓ ରବିବାର ସଟ୍ ଡାଉନ୍ ରହିବ । ଏହା ସହ ସଟ୍ ଡାଉନ୍ ବେଳେ ବନ୍ଦ ରହିବ ଦୋକାନ ଓ ଅଫିସ । କେବଳ ଅତ୍ୟାବଶ୍ୟକୀୟ ଓ ଜରୁରୀ ସେବାକୁ ମିଳିବ ଅନୁମତି । ସେଗୁଡିକ ଯଥାକ୍ରମେ -ଗଞ୍ଜାମ , ପୁରୀ , ଖୋର୍ଦ୍ଧା , କଟକ , ଜଗତସିଂହପୁର, ଯାଜପୁର, ବାଲେଶ୍ଵର , ନୟାଗଡ଼,କେନ୍ଦ୍ରାପଡା , ବଲାଙ୍ଗୀର । ମାସ୍କ ନ ପିନ୍ଧିଲେ ଓ ଛେପ ପକାଇଲେ ୫୦୦ ଟଙ୍କା ଫାଇନ ଆଦାୟ କରାଯିବ । ପ୍ରଥମ ଥର ଧରା ପଡିଲେ ୫୦୦ ଟଙ୍କା ଫାଇନ ଦ୍ଵିତୀୟ ଥର ୫୦୦ ଓ ତୃତୀୟ ଥର ଧରା ପଡ଼ିଲେ ୧୦୦୦ ଟଙ୍କା ଫାଇନ ଦେବାକୁ ପଡ଼ିବ ।ପୂର୍ବପରି ସନ୍ଧ୍ୟା ୭ ରୁ ସକାଳ ୭ ଯାଏଁ କର୍ଫ୍ୟୁ ଲାଗୁ ହେବ ।
ରିପୋର୍ଟ – ପ୍ରିୟମ୍ବଦା