ଠକେଇ ସାଙ୍ଗକୁ ପୁଣି ଦାଦାଗିରି । ଭୁବନେଶ୍ୱର ସହିଦନଗର ସ୍ଥିତ ଘରୋଇ କାର୍ଯ୍ୟାନୁଷ୍ଠାନ VLCC ଯାହାକି ଗ୍ରାହକ ମାନଙ୍କୁ ସୁନ୍ଦର ସ୍ୱାସ୍ଥ୍ୟ ଉପଚାର ଯୋଗାଇଦିଏ , ଏହି ସଂସ୍ଥା ଠିକ ଭାବରେ ଦେଉନାହିଁ ଏଠାରେ କାମ କରୁଥିବା ଷ୍ଟାଫ ମାନଙ୍କୁ ପେମେଣ୍ଟ । ସାରା ବିଶ୍ୱରେ ଏବେ କରୋନା ସଙ୍କଟ ବ୍ୟାପି ଯାଇଛି । ତେଣୁ ଚଳିତବର୍ଷ ମାର୍ଚ୍ଚ ମାସ ଶେଷ ସପ୍ତାହଠାରୁ ଅତିଆବଶ୍ୟକୀୟ ସଂସ୍ଥାକୁ ବାଦ୍ ଦେଇ ଅନ୍ୟ ସମସ୍ତ ସଂସ୍ଥାକୁ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ତେଣୁ କିଛି ଘରୋଇ ଅନୁଷ୍ଠାନ ଅନଲାଇନ ସେବା ପ୍ରଦାନ କରିଥିଲେ । ଏହି ସମୟରେ ଭୁବନେଶ୍ୱର VLCC ରେ କାମ କରୁଥିବା ଷ୍ଟାଫ ମାନେ ମଧ୍ୟ ଗ୍ରାହକମାନଙ୍କୁ ଅନଲାଇନ ସେବା ପ୍ରଦାନ କରିଥିଲେ । କିନ୍ତୁ ଦୀର୍ଘ ୪ ମାସ ଧରି ସେମାନଙ୍କୁ ପେମେଣ୍ଟ ମିଳିନଥିବା ଅଭିଯୋଗ ଆସିଛି । ସେଠାରେ କାମ କରୁଥିବା କିଛି ଷ୍ଟାଫ ପେମେଣ୍ଟ ନମିଳିବାରୁ ଲେବର୍ କମିଶନରଙ୍କ ପାଖରେ ଅଭିଯୋଗ କରିବା ପରେ ଏହି ବିଷୟ ଗଣମାଧ୍ୟମ ଦ୍ୱାରା କଭରେଜ କରାଯିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଅସଦାଚରଣ କରିଥିଲେ ସମ୍ପୃକ୍ତ VLCC କର୍ତ୍ତୃପକ୍ଷ । ଏହାପରେ ଉଭୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଏବଂ ଷ୍ଟାଫ ମାନଙ୍କୁ ପେମେଣ୍ଟ ଦିଆନଯିବା ବିଷୟରେ ଷ୍ଟାଫମାନେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ । ଏହାପରେ କମ୍ପାନୀର କର୍ପୋରେଟର ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଷ୍ଟାଫମାନଙ୍କ ସହ କଥା ହୋଇ କମ୍ପାନୀ ପାଖରେ ଷ୍ଟାଫ ପେମେଣ୍ଟ କରିବାପାଇଁ ଅର୍ଥ ନଥିବା ଦର୍ଶାଇଥିଲେ ଏବଂ ନିଜେ ଆସି ପୁଣିଥରେ କାମ ଆରମ୍ଭ କରିବାପରେ ଆୟ ଅର୍ଥରାଶିରୁ ଷ୍ଟାଫ ପେମେଣ୍ଟ ଦିଆଯିବ ବୋଲି କହିଥିଲେ । ନଚେତ , ନୂଆ ଷ୍ଟାଫ ରଖି କୌଣସି ପେମେଣ୍ଟ ନଦେବାର ଭୟ ଦେଖାଇଥିଲେ କର୍ପୋରେଟର ।କିନ୍ତୁ ଦୀର୍ଘ ୪ ମାସ ଧରି ପେମେଣ୍ଟ ନପାଇଥିବା ସମ୍ପୃକ୍ତ ଷ୍ଟାଫମାନେ ସମ୍ପୂର୍ଣ୍ଣ ପେମେଣ୍ଟ ଏବଂ ୨୪ ମାସର ଇନସେଣ୍ଟିଭ ପାଇବା ପରେ ହିଁ ସେଠାରେ କାମ କରିବା ପାଇଁ ରାଜି ହେବେ ବୋଲି ଦାବି ଜଣାଇଛନ୍ତି ।#LIVE_KALINGA_BUREAU