ମହଙ୍ଗା ପଡିଲା ଥାନା ଭିତରେ ଥାର୍ଡ ଡିଗ୍ରୀ ।ପାଟଣା ଥାନା ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ସସ୍ପେଣ୍ଡ କରିଛନ୍ତି ଓଡିଶା ପୋଲିସ ଡିଜି ଅଭୟ । ସଂଧ୍ୟାରାଣୀଙ୍କୁ ସସ୍ପେଣ୍ଡ ନେଇ ଡିଜିପିଙ୍କ ଟ୍ୱିଟର ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି ।
ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା ଲକଡାଉନ୍ ସମୟରେ ସାଧାରଣ ଲୋକଙ୍କୁ ପିଟିବା ଅଭିଯୋଗ ହେଉଥିଲା । କିନ୍ତୁ କୌଣସି କାରଣରୁ ଥାନାକୁ ଡାକି ପାଟଣା ଥାନା ଅଧିକାରିଣୀ ଜଣେ ଯୁବକକୁ ବାଡ଼ିରେ ପ୍ରହାର ସାଙ୍ଗକୁ ଗୋଇଠା ମାଡ଼ ମାରୁଥିଲେ। ତାହାର ଭିଡିଓ ଏବେ ସୋସିଆଲ ମିିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଏମିତି ରାଗ ଥିଲା ଯେ, ବାଡିରେ ପିଟିପିଟି ସନ୍ତୁଷ୍ଟ ହେଲେ ନାହିଁ ଯେ, ପୁଣି ଗୋଇଠା ମାରିବାକୁ ମଧ୍ୟ ପଛାଇଲେ ନାହିଁ ।ଯାହାକି ସୋଇଆଲ ମିଡିଆରେ ତୀବ୍ର ଅସନ୍ତୋଷର କାରଣ ପାଲଟିଥିଲା ।
ରିପୋର୍ଟ – ପ୍ରିୟମ୍ବଦା