ରାଜ୍ୟରେ ଅନଲାଇନ୍ ମଦ ଡେଲିଭରିକୁ ମିଳିଲା ଅନୁମତି, ଆସନ୍ତାକାଲିଠୁ କାର୍ଯ୍ୟକାରୀ :-

ଅନଲାଇନ୍ ରେ ମିଳିବ ମଦ । କାଲି ଠାରୁ ରାଜ୍ୟରେ ଅନଲାଇନ୍ ରେ ମଦ ମିଳିବ । ଆସନ୍ତାକାଲି ଠାରୁ ମଦର ହୋମ୍ ଡେଲିଭରି ନେଇ ରାଜ୍ୟ ସରକାରଙ୍କ ଅନୁମତି । ୨୪ ମେ ଅର୍ଥାତ ଆସନ୍ତାକାଲିରୁ ଏହି ନିୟମ କାର୍ଯ୍ୟକାରୀ ହେବ ।

ତେବେ କାଉଣ୍ଟରରେ ମଦ ବିକ୍ରି ପାଇଁ ସରକାର ଅନୁମତି ଦେଲେ ନାହିଁ । ତେଣୁ ଓଡିଶା ଅବକାରୀ ନିୟମ-୨୦୧୭ରେ ଏହି ସଂଶୋଧନ କରାଯାଇଛି । ତେବେ ଅନଲାଇନ୍ ରେ ମଦ କାଲିଠୁ ମିଳିବାକୁ ଥିବା ବେଳେ କଣ୍ଟେନମେଣ୍ଟ ଜୋନ୍ ରେ ଏହି ସେବା ଉପଲବ୍ଧ ହେବ ନାହିଁ । କଣ୍ଟେନମେଣ୍ଟ ଜୋନ୍ ଛାଡି ଅନ୍ୟ ସମସ୍ତ ସ୍ଥାନରେ ମଦର ହୋମ୍ ଡେଲିଭରି ହୋଇପାରିବ ।

ସବୁଠୁ ବଡକଥା ହେଉଛି ୫୦ ପ୍ରତିଶତ ବଢିଲା ମଦର ଦର । ସମସ୍ତ ପ୍ରକାର ମଦର ଦର ୫୦ ପ୍ରତିଶତ ବଢିଲା । ସ୍ପେଶାଲ୍ କୋଭିଡ୍ ଫି ଲଗାଇ ମଦର ଦର ବଢାଇଲେ ରାଜ୍ୟ ସରକାର । ମଦରୁ ମିଳିବାକୁ ଥିବା ରାଜସ୍ୱ କରୋନା ମୁକାବିଲା କ୍ଷେତ୍ରରେ ଖର୍ଚ୍ଚ ହେବ । ରିଟେଲର ଚାହିଁଲେ ମଦ ନିଜେ ହୋମ୍ ଡେଲିଭରି କରିପାରିବେ । ଏହାସହ ଫୁଡ୍ ଡେଲିଭରି ସଂସ୍ଥାର ମଧ୍ୟ ସହଯୋଗ ନେଇପାରିବେ ବୋଲି ସୂଚନା ମିଳିଛି ।

ରିପୋର୍ଟ – ସଂଘମିତ୍ରା ପଣ୍ଡା