ପିଲାଙ୍କ ପାଖରେ ନାହିଁ ସ୍ମାର୍ଟଫୋନ୍, ପ୍ରଶ୍ନଘେରରେ ସରକାରଙ୍କ ହ୍ବାଟ୍ସଆପ୍ ପାଠପଢା

କୋରାପୁଟ :ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ହ୍ବାଟ୍ସ ଆପ୍ ରେ ପିଲାଙ୍କ ସହ ସମ୍ପର୍କ ସ୍ଥାପନ ବ୍ୟବସ୍ଥା । କିନ୍ତୁ ତୃଣମୂଳ ଭିତ୍ତିଭୂମିକୁ ସରକାର ଭୁଲିଯାଇଥିବା ପରି ଲାଗୁଛି ।

ଯେଉଁଠି ମୋବାଇଲ୍ ଫୋନ୍ ଲୋକଙ୍କ ପାଇଁ ସ୍ବପ୍ନ, ସେଠାରେ ପିଲା ମୋବାଇଲ୍ ରେ କେମିତି ପଢିବେ ପାଠ ? ସ୍ମାର୍ଟଫୋନ୍ ଟିଏ ପାଖରେ ନାହିଁ । ସରକାରଙ୍କ ମେସେଜ୍ କିପରି ପାଇବେ ?
ପିଲାଙ୍କ ପାଖରେ ନାହିଁ ସ୍ମାର୍ଟଫୋନ୍, ପ୍ରଶ୍ନଘେରରେ ସରକାରଙ୍କ ହ୍ବାଟ୍ସଆପ୍ ପାଠପଢା । ଡିଜିଟାଲ୍ ଦୁନିଆରେ ଆମେ ପାଦ ଥାପିଛୁ, ଅତ୍ୟାଧୁନିକ ବ୍ୟବସ୍ଥାରେ ଶିକ୍ଷାଦାନ ହେଉଛି । ଲକଡାଉନ୍ ରେ ବି ଚାଲିଛି ଅନଲାଇନ୍ ପାଠପଢା । ସ୍କୁଲ ଓ କଲେଜ୍ ବନ୍ଦ ଥିବାରୁ ସରକାର ଅନଲାଇନ୍ ପାଠପଢା ଆରମ୍ଭ କରିଛନ୍ତି । ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ହ୍ବାଟ୍ସ ଆପ୍ ରେ ପିଲାଙ୍କ ସହ ସମ୍ପର୍କ ସ୍ଥାପନ ବ୍ୟବସ୍ଥା । ହ୍ବାଟ୍ସ ଆପ୍ ରେ ପାଠ ପଢିବେ ପିଲାଏ । ଖୋର୍ଦ୍ଧାରେ ସଫଳତା ପରେ କୋରାପୁଟରେ ଲାଗୁ କରିବାର ଚାଲିଛି ପ୍ରୟାସ । କିନ୍ତୁ ତୃଣମୂଳ ଭିତ୍ତିଭୂମିକୁ ସରକାର ଭୁଲିଯାଇଥିବା ପରି ଲାଗୁଛି ।ହେଲେ ପ୍ରକୃତରେ ଏହାର ସଫଳତା ଉପରେ କାହାରି ନାହିଁ ନଜର । କୋରାପୁଟ ଭଳି ଜାଗାରେ ସମସ୍ତ ପିଲାଙ୍କ ପାଖରେ ଏହି ସୁବିଧା ପହଞ୍ଚିବା ଅସମ୍ଭବ । ପିଲାଙ୍କ ପାଖରେ ଫୋନ୍ ର ଅଭାବ । ଏପରି ସମୟରେ ପିଲା ହ୍ବାଟ୍ସ ଆପ୍ ରେ ପଢିବେ କେମିତି ?

। ଏଥିପାଇଁ ଆମ ଟିମ୍ ଗ୍ରାଉଣ୍ଡ ଜିରୋରେ ଯାଇ ଘଟଣା ସମ୍ପର୍କରେ ବିସ୍ତୃତ ଖବର ସଂଗ୍ରହ କରିଥିଲା । ମାଛରା ଗ୍ରାମର ସପ୍ତମ ଶ୍ରେଣୀର ସୁନି କିରସାନି ପାଖରେ ପହଞ୍ଚିଛି ବହି । ହେଲେ ଫୋନ୍ ନାହିଁ କି ପହଞ୍ଚିନି ସରକାରଙ୍କ ମେସେଜ୍ । ବିନା ଶିକ୍ଷକରେ ନୂଆ ବହି ତା ପାଇଁ ପାଲଟିଛି ଅଜଣା ବସ୍ତୁ । ସେହିପରି ଗାଁର ଆଶା ଦିଦି ଅଖିରାଣୀ ରଖିଛନ୍ତି ସ୍ମାର୍ଟ ଫୋନ୍ । ହେଲେ ନିଜ କର୍ମବ୍ୟସ୍ତତା ଯୋଗୁଁ ପିଲାଙ୍କୁ ଦେଇପାରୁନାହାନ୍ତି ସମୟ । ଏହା ହେଉଛି କୋରାପୁଟର ସରକାରୀ ବିଦ୍ୟାଳୟ ପିଲାଙ୍କ କାହାଣୀ ।‌ ଅନ୍ୟପକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଏହିପରି ବ୍ୟବସ୍ଥା କେବେ ୬୦ ରୁ ୭୦ ଭାବ ପିଲା ପାଇପାରିବେ ନାହିଁ । ଏଥିରୁ ଜଣାପଡୁଛି ଯେ ସମସ୍ତ ପିଲାଙ୍କ ପାଖରେ ଏହା ପହଞ୍ଚିବା ଅସମ୍ଭବ । ନିଜେ ଶିକ୍ଷାଧିକାରୀ ଏହାର ଶତ ପ୍ରତିଶତ ସଫଳତା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି।

ରିପୋର୍ଟ – ସୁନ୍ଦର କୁମାର ପାଣି #କୋରାପୁଟ