କ୍ଵରେଣ୍ଟାଇନ ସେଣ୍ଟରରେ ମୃତ୍ୟୁବରଣ କଲେ ପ୍ରବାସୀ କଲିକତା ଫେରନ୍ତା । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ବୟାବନାପୁର ନୋଡାଲ ସ୍କୁଲଠାରେ ହୋଇଥିବା ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ଜଣେ କଲିକତା ଫେରନ୍ତା ଅନ୍ତେବାସୀଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ପ୍ରବାସୀ ଦେବେନ୍ଦ୍ର ରାଉତ ଗତ ରବିବାର ରାତିରେ କଲିକତାରୁ ଫେରି ପାହିମହୁରା ଆଇଟିଆଇରେ ପଞ୍ଜିକରଣ କରିଥିଲେ । ସେଠାରେ ସେ ଅସୁସ୍ଥ ଅନୁଭବ କରିଥିଲେ । ଥର୍ମାଲ ଟେଷ୍ଟ କରାଯିବା ପରେ ପଞ୍ଚାୟତ କ୍ଵାରେଣ୍ଟାଇନକୁ ପଠାଇ ଦିଆଯାଇଥିଲା । ସେ ପଞ୍ଚାୟତ କ୍ଵାରେଣ୍ଟାଇନ କେନ୍ଦ୍ରକୁ ଆସିଥିଲେ । ଜଳଖିଆ ଖାଇ ଶୋଇଥିଲେ । ମଧ୍ୟାହ୍ନରେ ଖାଇବା ପାଇଁ ଉଠିନଥିଲେ । ତେବେ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦେବେଦ୍ରଙ୍କ ବୟସ ୭୨ ବର୍ଷ ଥିଲା । ସେ କଲିକତାରେ କାମ କରୁଥିଲେ ।
ରିପୋର୍ଟ – ପ୍ରିୟମ୍ବଦା