କୋରାପୁଟ : ସାରା ବିଶ୍ବରେ ମହାମାରୀ କୋରନା ଭୁତାଣୁ ସଂକ୍ରମଣ କୁ ନେଇ ଜନସାଧାରଣ ଙ୍କ ମନରେ ଭୟ ସୃଷ୍ଟି ହୋଇଛି । ତେଣୁ ଭାରତ ବର୍ଷରେ କରୋନା ଭୁତାଣୁ ସଂକ୍ରମଣ ରୋକିବା ସକାଶେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ବିଭିନ୍ନ ପ୍ରକାର ନିୟମ ଲାଗୁ କରିଛନ୍ତି । ରାଜ୍ୟ ବାହାରେ ଥିବା ଦାଦନ ଶ୍ରମିକ ନିଜ ରାଜ୍ୟ ,ଜିଲ୍ଲାକୁ ଘର ବାହୁଡା ହେଉଥିବା ବେଳେ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରହିବା ବ୍ୟବସ୍ଥା କରାଯାଇଛି। କୋରାପୁଟ ଜିଲ୍ଲା କୁ ବାହାର ରାଜ୍ୟ ଏବଂ ବାହାର ଜିଲ୍ଲା ରୁ ଓଡ଼ିଆ ପ୍ରବାସୀ ଫେରୁଥିବା ବେଳେ ସେମାନଙ୍କୁ କରୋନା ର କିଛି ଲକ୍ଷଣ ତଥା ଜ୍ଜ୍ୱର ,କାଶ ଥଣ୍ଡା ଦେଖା ଗଲେ ସେମାନଙ୍କ ଚିକିତ୍ସା କରିବା ପାଇଁ ଆବଶ୍ୟକ ଥିଲା କୋଭିଡ୍ କେୟାର ସେଣ୍ଟର୍।
କୋରାପୁଟ ସହରସ୍ଥିତ ମହିଳା ମହାବିଦ୍ୟାଳୟ ଠାରେ ଏହି ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର୍ କୁ ସ୍ଥାନୀୟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଉଦ୍ଘାଟିତ କରିଥିଲେ। ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଶ୍ରମିକ ତଥା ଅନ୍ୟ କୌଣସି ବ୍ୟକ୍ତିଙ୍କ ଠାରେ ଯଦି କୋରନା ର କୌଣସି ଲକ୍ଷ୍ୟଣ ଦେଖାଯାଏ ତେବେ ସେହି ବ୍ୟକ୍ତି ଙ୍କୁ ଏଠାରେ ରଖାଯାଇ ସେମାନଙ୍କ ସ୍ୱାବ୍ ପରୀକ୍ଷା କରାଯିବା ସହ ସେମାନଙ୍କ ସମସ୍ତ ଚିକିତ୍ସା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି ।
କୋଭିଡ୍ କେୟାର ସେଣ୍ଟର୍ ରେ ୧୧ଜଣ ଡାକ୍ତର ,୧୧ଜଣ ନର୍ସ , ଝାଡୁଦାର ,ଜଗୁଆଲି ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ରୁମ୍ ରେ ଦୁଇ ଜଣଙ୍କ ରହିବ ବ୍ୟବସ୍ଥା ରହିଛି। ପିଇବା ପାଣି ,ଶୌଚାଳୟ , କିଚେନ୍ ରୁମ୍ ର ବ୍ୟବସ୍ଥା କରାଯାଇଛି । ଯଦି କୌଣସି କରୋନା ସନ୍ଦିଗ୍ଧ ଏଠାରେ ଚିକିତ୍ସିତ ହେଲେ କୌଣସି ପ୍ରକାରେ ଅସୁବିଧା ହେବ ନାହିଁ ବୋଲି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମକରନ୍ଧ ବେଉରିଆ କହିଛନ୍ତି।
କେୟାର ସେଣ୍ଟର୍ ଉଦଘାଟିତ ସମୟରେ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ। ସିଡିଏମଓ ମକରନ୍ଧ ବେଉରିଆ, ସମେତ କୋରାପୁଟ ଲୋକ ସମ୍ପର୍କ ସୂଚନା ଅଧିକାରୀ ଜଗନ୍ନାଥ ରାୟାଗୁର , ସମେତ ସିଡିଏମଓ କାର୍ଯ୍ୟାଳୟ ର ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ।
ରିପୋର୍ଟ – ସୁନ୍ଦର କୁମାର ପାଣି #କୋରାପୁଟ