କୋରାପୁଟ :ସ୍ବାସ୍ଥ୍ୟ ସହାୟକ କେନ୍ଦ୍ର ଗୁଡିକରେ ରହୁଥିବା କର୍ମଚାରୀଙ୍କ ଭଲମନ୍ଦ ବୁଝିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ସମସ୍ତ ଅଧିକାରୀଙ୍କୁ କୋଭିଡ୍ ବିରୁଦ୍ଧରେ ସୁରକ୍ଷା କବଚ ଭାବେ ପିପିଇ କିଟ୍ ପ୍ରଦାନ କରାଯାଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ପ୍ରଦାନ କରିଛନ୍ତି | ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ମହାମାରୀ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ରୋକିବାକୁ ସରକାରୀ ସ୍ଥରରେ ଅନେକ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି । ଜନସାଧାରଣଙ୍କ ସହଯୋଗ ପାଇଁ ସବୁବେଳେ ତତ୍ପର ରହିଛି ରାଜ୍ୟର ସମସ୍ତ କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ର । ତେବେ କୋଭିଡ୍ ସ୍ବାସ୍ଥ୍ୟ ସହାୟକ କେନ୍ଦ୍ର ଗୁଡିକରେ ରହୁଥିବା କର୍ମଚାରୀଙ୍କ ଭଲମନ୍ଦ ବୁଝିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମ୍ପୃକ୍ତ ଅଧିକାରୀଙ୍କୁ ନେଇ ଏକ ବୈଠକ ବସିଥିଲା ।
ସରକାରୀ ଅଧିକାରୀ ବ୍ୟବହାର କରିବେ ପିପିଇ କିଟ୍,ସରକାର କରିଥିବା ବିଭିନ୍ନ ସୁବିଧା ସୁଯୋଗ ଠିକ୍ ଭାବେ ପହଞ୍ଚୁଛି ନା ନାହିଁ ତାହା ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ନିୟମିତ ସେହି କେନ୍ଦ୍ର ଗୁଡିକୁ ଯାଇ ସ୍ଥିତି ପରଖିବେ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହି ଜରୁରୀ ବୈଠକରେ ସମସ୍ତ ଅଧିକାରୀଙ୍କୁ କୋଭିଡ୍ ବିରୁଦ୍ଧରେ ସୁରକ୍ଷା କବଚ ଭାବେ ପିପିଇ କିଟ୍ ପ୍ରଦାନ କରାଯାଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି |
ରିପୋର୍ଟ- ସୁନ୍ଦର କୁମାର ପାଣି #କୋରାପୁଟ