ମେ ୩୧ ପର୍ଯ୍ୟନ୍ତ ବଢିଲା ଲକଡାଉନ୍ ୪.୦, ଲାଗୁ ହେବ ଆସନ୍ତା କାଲି ଠାରୁ

ଦିନକୁ ଦିନ ତାର କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା। ଏହାର ତାଣ୍ଡବକୁ ଲକ୍ଷ୍ୟକରି ଦେଶ ବ୍ୟାପି ପୁଣି ଥରେ ୪ର୍ଥ ପର୍ଯ୍ୟାୟ ଅର୍ଥାତ୍ ମେ ୩୧ ଯାଏଁ ଲକଡାଉନ୍ ଘୋଷଣା କଲେ କେନ୍ଦ୍ର ସରକାର। ଆଜି ରାତି ଠାରୁ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ସରୁଥିବାରୁ ଆସନ୍ତା କାଲି ଠାରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଲାଗୁ ହେବ।

ସୂଚନା ଅନୁସାରେ ମାର୍ଚ୍ଚ ୨୫ ରୁ ଦେଶବ୍ୟାପୀ ଲକଡାଉନ୍ ଆରମ୍ଭ ହୋଇଥିଲା। ଏହା ଫଳରେ ସାରା ଦେଶରେ ସାଧାରଣ ଜୀବନ ସହିତ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବନ୍ଦ୍ ହୋଇଯାଇଥିଲା। କିନ୍ତୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ କିଛି ମାତ୍ରାରେ କୋହଳ କରାଯିବ ବୋଲି ଆଶା କରାଯାଉଛି। ଏଥି ପାଇଁ ଖୁବ୍ ଶୀଘ୍ର କେନ୍ଦ୍ର ସରକାର ଗାଇଡ୍ ଲାଇନ୍ ପ୍ରସ୍ତୁତ କରିବେ।

ସୂଚନା ମୁତାବକ ଦେଶବ୍ୟାପି ଲାଗୁ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ସ୍ଵତନ୍ତ୍ର ଭାବେ ନୂଆ ଏବଂ ଅନେକ କ୍ଷେତ୍ରରେ କୋହଳ ମଧ୍ୟ ରହିବ।
ସମସ୍ତ ସ୍କୁଲ, କଲେଜ ଏବଂ ବିଶ୍ବ ବିଦ୍ୟାଳୟ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଏହାର ସମ୍ପୂର୍ଣ୍ଣ ଭାବେ ଗାଇଡ୍ ଲାଇନ୍ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଲାଗୁ କରିବେ।

ରିପୋର୍ଟ – ସଂଘମିତ୍ରା ପଣ୍ଡା